ଭୁଲ କଉଠି ରହୁଛି ଚାଳକ ଏଭଲି ପରିସ୍ଥିତି ର ସମୁଖୀନ ହେଉଛନ୍ତି
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳ ୯ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଅହ-ରହ ପୁଲିସ ଓ ପ୍ରାଇଭେଟ ସିକ୍ୟୁରିଟି ସଂସ୍ଥା ମଧ୍ୟ ରାସ୍ତାକୁ ଜଗି ରହିଛନ୍ତି । ଏହାସତ୍ତ୍ବେ କିଛି ଅମାନିଆ ଟ୍ରକ୍ ଚାଳକ କଟକଣାକୁ ନମାନି ସହର ଭିତରକୁ ଗାଡ଼ି ପୂରାଉଥିବା ଅଧିକାଂଶ ଦେଖିବାକୁ ମିଳିଛି । ଆଜି ମଧ୍ୟାହ୍ନରେ ବଅଁରପାଳ ଟ୍ରାଫିକ୍ ଛକରେ ଏକ ଅମାନିଆ ୧୬ ଚକିଆ ଟ୍ରକ୍ (ଏମଏଚ-୪୯ଏଟି-୯୬୪୨) ଅନୁଗୁଳ ଅଭିମୁଖେ ଯାଉଥିବା ସମୟରେ ବଅଁରପାଳ ବନ୍ଦା ଓଭରବ୍ରିଜ୍ ନିକଟରେ ପୁଲିସ ତାକୁ ଅଟକାଇ ଚାଳକକୁ ଥାନାକୁ ଆଣି ଥାନା ହେପାଜତକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
