• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଥାନା ପରିସର ରେ ସଫେଇ ଓ ବୃ୍ଷରୋପଣ କଲେ ସମାଜସେବୀ ମହାସଂଘ l

Bymamatanews

Sep 29, 2024
Spread the love

ଜିଲ୍ଲା ସମାଜସେବୀମହାସଂଘ ,ଅନୁଗୋଳ ତରଫରୁ ଏକ ସଫେଇ ଓ ବୃ୍ଷରୋପଣ କାର୍ଯ୍ୟକ୍ରମ ଟାଉନ ଥାନା ପରିସରରେକରାଯାଇଛି। ଏଥିରେ ଆମ୍ବ, ପଣସ, ଅଁଳା, ପିସ୍ତା ବାଦାମ, ଅଶୋକ, ପିଜୁଳି ଆଦି ଗଛ ଲଗାଯାଇଛି l ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଅନୁଗୋଳ ଟାଉନ ଥାନା ର ଆଇ ଆଇ ସି ଶ୍ରୀ ଧିରେସ ଦାସ ଓ ବଅଁରପାଳ

ଆଇ ଆଇ ସି ଶ୍ରୀ ଦୁଷ୍ମନ୍ତ କୁମାର ସିଂ ଙ୍କ ସହ ଟାଉନ୍ ଥାନା ର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ସମାଜସେବୀ ମହାସଂଘ ତରଫରୁ ଆବାହକ ଚିନ୍ମୟୀ ଦାସ, ସଭାପତି ସୁଧାକର ସାହୁ, ବନ୍ଦା ର ଶେଷ ଜୀବନ ସାଥି, ଅନୁଗୋଳ ର ମାନବ ସେବାଶ୍ରମ , କାଣ୍ଡସରର
ଜୟ ଜଗନ୍ନାଥ ସ୍ଵେଚ୍ଛାସେବୀ ଅନୁଷ୍ଠାନ, ମାନବ ସେବା ମାଧବ ସେବା, ଖଣ୍ଡହତା ର ଚାରିଟେବୁଲ୍ ଟ୍ରଷ୍ଟ , ତାଳଚେର
ଉତ୍ସର୍ଗ ପରିବାର ,ଚୌଦ୍ଵାର ର *ମା* ଫାଉଣ୍ଡେସନ, ବଳରାମପ୍ରସାଦ ର କୋହିନୂର୍ କ୍ଳବ୍ ଆଦି ଅନୁଷ୍ଠାନ ଯୋଗଦେଇଥିଲେ l ମହାସଂଘ ର ଏଭଳି କାର୍ଯ୍ୟ କୁ ଜନ ସାଧାରଣ ଓ ବୁଦ୍ଧିଜୀବୀ ଙ୍କ ମହଲରେ ଭୂରି ଭୂରି ପ୍ରଶଂସା କରାଯାଇଛି l

Leave a Reply

Your email address will not be published. Required fields are marked *