• Wed. Apr 15th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଟଙ୍କା ନେଇ ମହିଳା ଫେରାର

Bymamatanews

Oct 1, 2024
Spread the love

ଟଙ୍କା ଫେରସ୍ତ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା ସଦସ୍ଯ

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ହାଟ ଛକ ଅଞ୍ଚଳ ତଥା ୧୧ ନମ୍ବର ୱାର୍ଡ ରେ ରହୁଥିବା କିଛି ମହିଳା ମାନଙ୍କ ଠାରୁ ସେହି ଅଞ୍ଚଳର ଜଣେ ମହିଳା ଟଙ୍କା ନେଇ ନ ଶୁଝିବା ରୁ ଉକ୍ତ ମହିଳା ମାନେ ଥାନା ରେ ଅଭିଯୋଗ କରିଛନ୍ତି। ସୂଚନା ଯେ, ହାଟ ଛକ ଅଞ୍ଚଳର ଲିପି ନାଏକ ଙ୍କ ଠାରୁ ୬୦ ହାଜର, ଆରତି ନାଏକ ଠାରୁ ୪୦ ହାଜର, ସୁମିତ୍ରା ପ୍ରଧାନ ଠାରୁ ୬୦ ହାଜର, ଭାଗ୍ୟବତୀ ପ୍ରଧାନ ୧୨ ହାଜର, କାବେରୀ ପ୍ରଧାନ ୬୫ ହାଜର, ସଂଯୁକ୍ତା ନାଏକ ୧୬ ହାଜର, ପୂଜା ପ୍ରଧାନ ୫୦ ହାଜର ଟଙ୍କା ଝିଅ ପାଠ ପଢା ଏବଂ ବାହା ଘର ପାଇଁ କରଜ କରି କି ନେଇଥିଲେ। ଟଙ୍କା ନେଇ ଥିବା ମହିଳା ଜଣ ଙ୍କ ପ୍ରତ୍ୟକ ମାସ ରେ ଟଙ୍କା ଶୁଝିବେ ବୋଲି କହିଥିଲେ। ଟଙ୍କା ନେଇ ମହିଳା ଜଣଙ୍କ ଟଙ୍କା ନ ସୁଝି କେଉଁ ଆଡେ ପଳାଇ ଯାଇଛି ବୋଲି ଟାଉନ ଥାନାରେ ମହିଳା ମାନେ ଅଭିଯୋଗ କରିଛନ୍ତି। ଏ ପଟେ ଅଭିଯୋଗ ପାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *