ଆଇ ପି ଏସ ପ୍ରକାଶ ଆରଙ୍କ ବଦଳି ପରେ ଜଗମୋହନ ମୀନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ କଟକର ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଦାୟିତ୍ବ ଗ୍ରହଣ ପରେ ଡିସିପି ପତିକ୍ରିୟା ଦେଇ କହିଛନ୍ତି ଆଗକୁ ପାର୍ବଣ ଋତୁ ଆରମ୍ଭ ହେଉଛି ତେଣୁ ତାହା ଉପରେ ଆମର ଗୁରୁତ୍ଵ ରହିବ । ଅଫିସିଆଲ୍ ଫୋନ୍ ନମ୍ୱର୍ ସହିତ ହ୍ୱାଟସ ଆପ ନମ୍ବର ମଧ୍ୟ ସାଧାରଣ ଲୋକଙ୍କ ପାଇଁ ରହିବ। ଆଜି ସମସ୍ତ ବରିଷ୍ଠ ଅଧିକାରୀ ଓ ଆଇ ଆଇ ସି ମାନଙ୍କ ସହିତ ଆଲୋଚନା କରାଯିବ । ଥାନାରେ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର କରାଯିବା ସହ ମହିଳା ମାନଙ୍କ ପାଇଁ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା କରାଯିବ । ଆଗାମୀ ଦିନ ଗୁଡ଼ିକ ପୋଲିସ ପାଇଁ ବଡ଼ ଆହ୍ୱାନ ରହିବ । କଟକର ନାଗରିକ ମାନଙ୍କ ସହଯୋଗ ରେ ପୋଲିସ ଭଲରେ ସବୁ କିଛି କରି ପାରିବୁ । ବଡ଼ ବଡ଼ ଅପରାଧୀ ମାନଙ୍କ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ ବୋଲି ନିଜ୍ ପ୍ରତିକ୍ରିୟା ଦେଇଛନ୍ତି ଶ୍ରି ମୀନା ।
