ଆସନ୍ତା ଅକ୍ଟୋବର ମାସ ୪ ତାରିଖ ନାଲକୋ ସିପିପି ପ୍ଲାଣ୍ଟରେ ୟୁନିଅନ ମାନଙ୍କ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଦୀର୍ଘ ଦିନର ବ୍ୟବଧାନ ପରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବିଏମଏସ ର ନାଲକୋ ବିଦ୍ୟୁତ ମଜଦୂର ସଂଘ, INTUC ର NSCU ଓ ଏଚ ଏମ ଏସ ର NNEU ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନର ପ୍ରତିଶ୍ରୁତି ସଂଗଠନ ମାନଙ୍କ ତରଫରୁ ଦିଆଯାଉଛି । ଆଜି ନାଲକୋ ବିଦ୍ୟୁତ ମଜଦୂର ସଂଘ ତରଫରୁ ଏକ ଗେଟ୍ ମିଟିଂ ସିପିପି ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଶ୍ରୀ ବିନୟ ତ୍ରିପାଠୀ, ମନୋଜ ଅମାନ୍ତ, ପ୍ରକାଶ ସିଂ ଓ ସୁଜିତ ସେଠ ପ୍ରମୁଖ ନିଜର ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ଜମିହରା ନାଲକୋ କର୍ମଚାରୀ ଓ ଦୀର୍ଘ ଦିନରୁ ଚାକିରି କରିଥିବା ଅନ୍ୟ ଜିଲାର କର୍ମଚାରୀ ମାନଙ୍କ ପରିବାରରୁ ଜଣକୁ ନୁତନ ନିଯୁକ୍ତି ସମୟରେ ଅଗ୍ରାଧିକାର ଦେବାକୁ ପ୍ରତିଶୃତି ଦେଇଥିଲେ । ବ୍ରାହ୍ମଣୀ ନଦୀରୁ ଆବଶ୍ୟକ ମୁତାବକ ପାଣିର ବ୍ୟବସ୍ଥା ସହ ଯଥାଶୀଘ୍ର ନୁଆ କର୍ମଚାରୀ ନିଯୁକ୍ତୀ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।
