ଉଚ୍ଚ ମାଧୟମିକ ଶିକ୍ଷା ପରିଷଦ ସିପକ୍ ଟାକ୍ରେର ପ୍ରତିଯୋଗିତା
କଟକ ସ୍ଥିତ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ପରିଷଦ ଆତ୍ନ ବିଦ୍ଯାଳୟ ପୁରୁଷ ଓ ମହିଳା ସିପକ୍ ଟାକ୍ରେର ମ୍ୟାଚ ଉଦ୍ଘାଠିତ ହୋଇଯାଇଅଛି l ଉକ୍ତ ମ୍ୟାଚ୍ କୁ ମହାବିଦ୍ୟାଳୟ ପରିଚାଳନା କମିଟି ର ସମ୍ପାଦକ ସମରେନ୍ଦ୍ର ପ୍ରାମାଣିକ ଏବଂ ଅଧ୍ଯକ୍ଷା ଡକ୍ଟର ଦିପା ନାଗ,ଡକ୍ଟର ଅବନି କୁମାର ସାହୁ ଉଦଘାଟନ କରିବା ସହ ଦୈନନ୍ଦିନ ଜୀବନରେ ଖେଳର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ମହିଳା ବିଭାଗରେ କିସ୍ ବିଦ୍ୟାଳୟ ଇମର୍ତ୍ତୀ ଦେବୀ ବିଦ୍ୟାଳୟକୁ ୨-୦ ରେ ପରାସ୍ତ କରିଅଛି। ପୁରୁଷ ବିଭାଗର କିସ୍ ବିଦ୍ୟାଳୟ ରଘୁନାଥ ଜୀଉ ବିଦ୍ୟାଳୟ ଟିମକୁ ୨-୦ରେ ପରାସ୍ତ କରିଅଛି। ଉଯାପନ ମ୍ୟାଚ୍ ରେ କଲେଜ ଅଧକ୍ଷା ଡକ୍ଟର ଦିପା ନାଗ , ଡକ୍ଟର ରିଶିକାନ୍ତ ଦାଶ, ଡକ୍ଟର ଅବନି କୁମାର୍ ସାହୁ, ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ, ନିରିକ୍ଷକ ସରୋଜ କୁମାର ଦାଶ , ସିଲେକ୍ଟର ଧର୍ମେନ୍ଦ୍ର ନାଥ ମହାନ୍ତି, ବିଶ୍ୱନାଥ ମହାନ୍ତି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ା ଦ୍ଵାରା ଏକତା ବଜାୟ ଦିଗରେ ଉପଦେଶ ଦେଇଥିଲେ l ଶେଷରେ କୃତୀ ଖେଳାଳୀ ମାନଙ୍କୁ ପୁରସୃତ କରାଯାଇଥିଲା lଉକ୍ତ ମ୍ୟାଚ୍ କୁ କ୍ରୀଡ଼ା ଶିକ୍ଷକ ସମରେଶ ଦାସ, ବିଶ୍ୱରଂଜନ ମହାନ୍ତି, ଶ୍ରୀମାନ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ l
