• Sat. Jun 13th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

Bymamatanews

Oct 7, 2024
Spread the love

ମୃତ୍ୟୁ ର କାରଣ ଅସ୍ପଷ୍ଟ ପୋଲିସ ର ଛାନଭିନ ଜାରି

ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ ରାଜ କିଶୋର୍ ପଡା ତଥା ୨ ନମ୍ବର ୱାର୍ଡ ରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳା ଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ। ସୂଚନା ଯେ, ରାଜକିଶୋର ପଡାର ୨ ନମ୍ବର ୱାର୍ଡ ସୁକୁମାର ମଜୁମଦାରଙ୍କ ସ୍ତ୍ରୀ ଆଲୋକ ମଜୁମଦାର ଏକ ତାର ଦ୍ୱାରା ଝୁଲି ପଡିଥିଲେ। ଘଟଣା ବିଷୟରେ ବୁଝିବାରୁ ପ୍ରତ୍ୟକ ଦିନ ସକାଳୁ ଆଲୋକ ଫୁଲ ତୋଳିବାକୁ ଯାଇଥାନ୍ତି। ଆଜି ସକାଳୁ ବି ଫୁଲ ତୋଳି ବାକୁ ଯାଇଛନ୍ତି ଭାବି ଘରେ ସମସ୍ତେ ଅପେକ୍ଷା କରିଥିଲେ। ଆସିବାରେ ବିଳମ୍ବ ହେବାରୁ ଘର ଲୋକ ବାହାରକୁ ଖୋଜିବାକୁ ଯିବା ବେଳେ ଦେଖିଲେ ଯେ, ଘର ର ସିଡି ଉପରେ ଏକ ତାର ସାହାଯ୍ୟ ଦ୍ଵାରା ଝୁଲି ପଡ଼ିଛନ୍ତି ଆଲୋକ। ଏହା ଦେଖି ପରିବାର ଲୋକ ସଙ୍ଗେ ସଙ୍ଗେ ଟାଉନ ଥାନା କୁ ଖବର ଦେଇଥିଲେ। ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

error: Content is protected !!