• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବେଆଇନ ବିଦେଶୀ ମଦ କାରବାର ଅଭିଯୋଗରେ ଜଣେ ଗିରଫ

Bymamatanews

Oct 7, 2024
Spread the love

୧୦୩ ଲିଟର ବିଦେଶୀ ମଦ ଜବତ କଲେ ଅବକାରୀ ବିଭାଗ ଓ ବଅଁରପାଳ ଥାନା

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ରବିବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଲେ କି ନୂଆହତା ଶିମିଳି ସାହିର ଏକ ହୋଟେଲ ପାର୍ଶ୍ଵରେ ଥିବା ଦୋକାନ କୁ ଚଢାଉ କରିଥିଲା ଅବକାରୀ ବିଭାଗ ଓ ବଅଁରପାଳ ପୋଲିସ। ସେଠାରୁ ଆକାଶ ନାମକ ଜଣେ ବ୍ୟକ୍ତି ବେଆଇନ ବିଦେଶୀ ମଦ କାରବାରରେ ଲିପ୍ତ ଥିଲେ । ସୂଚନା ମୁତାବକ ପୋଲିସ ଉକ୍ତ ସ୍ଥାନରେ ରବିବାର ରାତି ସାଢ଼େ ବାରଟାରେ ପହଞ୍ଚିବା ଦେଖି ମଦ ବିକ୍ରି କରୁଥିବା ବ୍ୟକ୍ତି ଜଣଙ୍କ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଆକାଶକୁ ମାଡି ବସିଥିଲା । ଉକ୍ତ ବ୍ୟକ୍ତିଙ୍କ ଠାରୁ ୨୫୯ ଲିଟର କ୍ଷମତା ଫ୍ରିଜରରୁ ଓ ବାହାରେ ରଖାଯାଇଥିବା ବିଭିନ୍ନ କିସମର ୧୦୩ ଲିଟର ବିଦେଶୀ ମଦ ଜବତ ହୋଇଥିଲା। ତେଣୁ ବେଆଇନମଦ ବିକ୍ରି କରୁଥିବା ଅଭିଯୋଗରେ ସୋମବାର ଦିନ ଆକାଶ କୁ କୋର୍ଟ ଚାଲାଣ କରିଛି ବଅଁରପାଳ ପୋଲିସ ।

Leave a Reply

Your email address will not be published. Required fields are marked *