• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କୃତଜ୍ଞତା ଜଣାଇଲା ଅନୁଗୁଳ ଜିଲ୍ଲା ବିଜେପି

Bymamatanews

Oct 8, 2024
Spread the love

ଧର୍ମେନ୍ଦ୍ର ଙ୍କ ସଫଳ ରଣନୀତି ରେ ହରିୟାଣା ରେ ବିଜେପି ର ହ୍ୟାଟ୍ରିକ ବିଜୟ

ଅନୁଗୁଳ (୮/୧୦ /୨୦୨୪) : ଓଡିଶା ର ରତ୍ନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସଫଳ ରଣନୀତି କାରଣରୁ ହରିୟାଣା ରେ ତୃତୀୟ ଥର ପାଇଁ ହ୍ୟାଟ୍ରିକ ବିଜୟ କରି ବିଜେପି ସରକାର ଗଠନ କରିବାକୁ ଯାଉଛି |ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପରେ ଭରସା କରି ନିର୍ବାଚନ ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଥିଲେ |ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିକଶିତ ଭାରତ ସବକା ସାଥ ସବକା ବିକାଶ ଧାରାରେ ହରିୟାଣା ବାସୀ ବିଜେପି କୁ ତୃତୀୟ ଥର ପାଇଁ ସେବା କରିବା ପାଇଁ ପୁର୍ଣ ବହୁମତ ଦେଇଛନ୍ତି |ହରିୟାଣା ରେ ବିଜେପି ର ହ୍ୟାଟ୍ରିକ ବିଜୟ ପଛରେ ଓଡିଶା ପୁଅ ଏ ମାଟିର ସୁଯୋଗ୍ୟ ସନ୍ତାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ସଫଳ ରଣନୀତି କାରଣରୁ ଆଜି ବିଜେପି ସରକାର ଗଠନ କରିବାକୁ ଯାଉଛି ବୋଲି ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ପ୍ରେସ ଇସ୍ତାହାର ରେ ପ୍ରକାଶ କରାଯାଇଛି |ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଶେଷ ଭାବେ ଜିଲ୍ଲା ବିଜେପି ପକ୍ଷରୁ କୃତଜ୍ଞତା ଜଣାଯାଇଛି |ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ବିଜେପି ର ସଙ୍କଟ ମୋଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |ବିଗତ ଦିନରେ କର୍ଣ୍ଣାଟକ, ଛତିଶଗଡ, ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଆଦି ବହୁ ପ୍ରଦେଶ ର ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପରେ ନ୍ୟସ୍ତ ଥିଲାବେଳେ ସବୁଠି ବିଜେପି କୁ ବିଜୟ ଲାଭ କରାଇ ଥିବାର ନଜିର ରହିଛି |କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଓଡ଼ିଆ ଭାବେ ସର୍ବ ଭାରତୀୟ ସ୍ତରରେ ଓଡ଼ିଆ ଓ ଓଡିଶା ର ଟେକ ରଖିଛନ୍ତି |
ବିଜେପି ଅନୁଗୁଳ ଜିଲ୍ଲା ପକ୍ଷରୁ ସାଂସଦ ରୁଦ୍ର ନାରାୟଣ ପାଣି, ,ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଏନଏସ ଆଇ ସି ଡାଇରେକ୍ଟର କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ଓ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ସମସ୍ତ ଜିଲ୍ଲା ଟିମ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ କୃତଜ୍ଞତା ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *