• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରୋଗୀଙ୍କ ଜୀବନ ବାଜିରେ ଲଗାଇ ମହୁଫେଣା ଭାଙ୍ଗିଲେ

Bymamatanews

Oct 25, 2024
Spread the love

ଚିକିତ୍ସାଳୟ ପରିସର ଭିତରେ ବିକ୍ରି ମଧ୍ୟ କଲେ

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କିଛି ଅଧିକାରୀ ରୋଗୀଙ୍କ ଜୀବନକୁ ବାଜି ରେ ଲଗାଇ ଶବର ଡାକି ଏମସିଏଚ କୋଠାର ବିଭିନ୍ନ ସ୍ଥାନରେ ଥିବା ମହୁ ଫେଣା ଭାଙ୍ଗି ଯେଭଳି କାଣ୍ଡ କଲେ ତାହା ଅନେକଙ୍କୁ ବିସ୍ମିତ କରିଛି। ଦୀର୍ଘ ଦିନ ଧରି ସଂପୃକ୍ତ କୋଠା ରେ ଥିବା ମହୁ ଫେଣା ଭାଙ୍ଗିବା ପୂର୍ବରୁ ରୋଗୀମାନଙ୍କୁ ପୂର୍ବରୁ ସତର୍କ କରିବା ସହ କବାଟ ଝରକା ବନ୍ଦ କରିବା ଉଚିତ୍ ଥିଲା।ବିନା ସତର୍କତା ରେ ମହୁ ଫେଣା ଭାଙ୍ଗି ବାରୁ ମହୁ ମାଛି ରୋଗୀଙ୍କୁ ଗୋଡ଼ାଇ ଥିଲେ ଫଳରେ କିଛି ସମୟ ପାଇଁ ଡାକ୍ତରଖାନା ରେ ଆତଙ୍କ ଖେଳି ଯାଇଥିଲା। ଶବର ଚିକିତ୍ସାଳୟର ବାବୁ ମାନଙ୍କୁ କିଛି କିଛି ମହୁ ଦେଇ ବାକି ତକ ନିଜେ ଚିକିତ୍ସାଳୟ ପରିସରରେ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ।ଭଙ୍ଗା ମହୁ ଫେଣା ଧରି ବିକ୍ରି କରୁଥିବା ମହୁ ମାଛି ମଧ୍ୟ ଉଡ଼ିବାରୁ ରୋଗୀ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।କାହାର ନିର୍ଦ୍ଦେଶରେ ଏଭଳି ବେପରବାୟ ମହୁ ଫେଣା ଭଙ୍ଗା ଗଲା ତାହାର ତଦନ୍ତ ହେବା ଉଚିତ୍। ଏ ଘଟଣା ବିଷୟରେ ଚିକିତ୍ସାଳୟ ର ମ୍ୟାନେଜର ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ। ଫୋନ ନ ଉଠାଇ ବାରୁ ଘଟଣା ଟି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରିଲା ନାହିଁ।

Leave a Reply

Your email address will not be published. Required fields are marked *