• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଜଣା ଗାଡି ଧକ୍କାରେ ଜଣେ ମୃତ

Bymamatanews

Oct 29, 2024
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ନୂଆ ବାଇପାସ୍ ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଯେ, କେନ୍ଦ୍ରପଡା ଜିଲ୍ଲା ତିଲିଙ୍ଗା ଅଞ୍ଚଳର ନରେନ୍ଦ୍ର ଲେଙ୍କା ଙ୍କ ପୁଅ କଳ୍ପତରୁ ଲେଙ୍କା (୨୪) କିଛି ଦିନ ହେଲା ବଅଁରପାଳ ଅଞ୍ଚଳରେ ରହି ଏକ କମ୍ପାନୀ ରେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍ନ ୫ ଘଟିକା ବେଳେ ନୂଆହତା ନୂଆ ବାଇପାସ୍ ଦେଇ ବାଇକ୍ ଯୋଗେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଯାହା ଫଳରେ କଳ୍ପତରୁ ଛିଟିକି ହୋଇ ପଡିଥିଲେ। ଏହା ସ୍ଥାନୀୟ ବାସୀ ଦେଖି କଳ୍ପତରୁ ଙ୍କୁ ବଅଁରପାଳ ଚିକିତ୍ସାଳୟ କୁ ନେଇ ଯାଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବଅଁରପାଳ ପୋଲିସ ପହଁଚି ମୃତ ଶରୀର କୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ଏ ପଟେ ମୃତକ ଙ୍କ ପରିବାର ଲୋକଙ୍କୁ ଖବର ଦେଇଛି ବଅଁରପାଳ ପୋଲିସ।

Leave a Reply

Your email address will not be published. Required fields are marked *