• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିଧାୟକଙ୍କ ଦ୍ଵାରା ପି ଏସ୍ ଏସ୍ ଜେ କଲେଜ ର ଦୁଇଟି ନୂତନ ଶ୍ରେଣୀଗୃହ ଉଦ୍ଘାଟନ

Bymamatanews

Oct 30, 2024
Spread the love

କଲେଜ ର ଉନ୍ନତି ପାଇଁ ନିଜେ ଶୃଙ୍ଖଳିତ ହେବା ଦରକାର

ଅନୁଗୋଳ ଜିଲ୍ଲା ବଅଁରପାଳ ନିକଟସ୍ତ ପାଞ୍ଚଗଡ ସୋମନାଥ ସିଂହ ଜଗଦେବ୍ ଡିଗ୍ରୀ ମହାବିଦ୍ୟାଳୟର ଟାଟା ଷ୍ଟିଲ ଆନୁକୁଲ୍ୟରେ ରେ ନିର୍ମିତ ହୋଇଥିବା ଦୁଇଟି ଶ୍ରେଣୀ ଗୃହର ଉଦ୍ଘାଟନ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବ ଅବସରରେ ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ +3 କଲେଜ ଅଧ୍ୟକ୍ଷ ପ୍ରୋମୋଦ ଚନ୍ଦ୍ର ବେହେରା, +2 କଲେଜ ଅଧ୍ୟକ୍ଷ


ଅଶୋକ କୁମାର ପ୍ରଧାନ, ପୁର୍ବତନ ବ୍ଲକ୍ ଚେୟାରମେନ ଛବି ମୋହନ ସାହୁ, ବଅଁରପାଳ ବ୍ଲକ ମଣ୍ଡଳ ସଭାପତି ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ବିଜେପି ଜିଲ୍ଲା ଉପସଭାପତି ଅମିୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ। ଆଜି ଦିନ ପ୍ରାୟ ୧ ଘଟିକା ସମୟରେ ବିଧାୟକ ଯୋଗଦାନ କରି ଦୁଇ ଶ୍ରେଣୀଗୃହ କୁ ଫିତା କାଟି ଉଦ୍ଘାଟିତ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। କଲେଜ ଅଧ୍ୟକ୍ଷ ଓ ଅଧ୍ୟାପିକା ନିଜ କଲେଜ ରେ ଥିବା ବିଭିନ୍ନ ଅଭାବକୁ ବିଧାୟକଙ୍କୁ ଜଣାଇଥିଲେ। କଲେଜ ର ଉନ୍ନତିକରଣ କିପରି ହୋଇପାରିବ ନିଜେ ଦାୟିତ୍ଵ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ବିଧାୟକ କଲେଜ ର ଲାଇବ୍ରେରୀ, ସାଇନ୍ସ ଲ୍ୟାବ ରୁମ୍, କଲେଜ ପରିସର, ଖେଳ ପଡିଆ ପ୍ରମୁଖ ବୁଲି ଅନୁଧ୍ୟାନ କରିଥିଲେ। ପ୍ରାଥମିକ ସ୍ତରରେ କଲେଜ ର ଅଡିଟୋରିୟମ ଗୃହ, କଲେଜ ପରିସରର ପାଚେରୀ କାର୍ଯ୍ୟ, ପାନୀୟଜଳ ବ୍ୟବସ୍ଥା କରାଇବାର ପ୍ରତିଶୃତି ଦେଇଛନ୍ତି ବିଧାୟକ।

Leave a Reply

Your email address will not be published. Required fields are marked *