ଜଙ୍ଗଲ ସୁରକ୍ଷା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ କୁଇଓ ଜଙ୍ଗଲ ଗ୍ରାମବାସୀ। ଆମ କୁଇଓ ଜଙ୍ଗଲ ଗ୍ରାମର ଗୋଷ୍ଠୀଗତ ଜଙ୍ଗଲ ଏବଂ ଅନ୍ୟାନ୍ୟ ଗୋଷ୍ଠୀଗତ ସରକାରୀ ଜମିକୁ ଜମି ମାଫିଆ ମାନଙ୍କ କବଳରୁ ରକ୍ଷା କରାଯାଉ। ଗ୍ରାମବାସୀ ମାନେ ସୁରକ୍ଷା ଦେଇ ଆସୁଥିବା ଗୋଷ୍ଠୀଗତ ଜଙ୍ଗଲର ସ୍ବୀକୃତୀ ଜଙ୍ଗଲ ଅଧିକାର ଆଇନ ବଳରେ ଆମ୍ଭଙ୍କୁ ଦିଆଯାଉ ।
ଆମ୍ଭ ଗ୍ରାମର ଗୋଷ୍ଠୀଗତ ସମ୍ପତିକୁ ଅନ୍ୟ କାହାରିକୁ ଲିଙ୍କ୍ ଆକାରରେ ଦିଆ ନଯାଉ ।ଏବଂ ଗୋଷ୍ଠୀଗତ ରାଜସ୍ବ ଓ ଜଙ୍ଗଲ ଜମି ଉପରେ ବେଦଖଲ ଏବଂ ବେଆଇନ ଲିଜର ରଦ୍ଦ କରାଯାଉ। କୁଇଓ ଜଙ୍ଗଲ ଗ୍ରାମର ଅଧିବାସୀ ବୃନ୍ଦ ହାଡି ଅନୁସୂଚିତଜାତି (SC) ସଂପ୍ରଦାୟର ଅଟେ । ଆମ ରାଜସ୍ବ ଗ୍ରାମର ଗୋଷ୍ଠୀଗତ ଅଧିକାର, ଯାହାକି ଜଙ୍ଗଲ,ଗୋଚର, ଶ୍ମଶାନ, ବଗାୟତ ଏବଂ ଅନ୍ୟାନ୍ୟ ଗୋଷ୍ଠୀଗତ ଅଧୁକାର ଦାରମ୍ବାର କ୍ଷୁଷ୍ଠି ହେଉଥିବା ଏବଂ ଜମି ମାଫିଆ ମାନେ ଆମ୍ବ ମାନଙ୍କୁ ବାରମ୍ବାର ଆକ୍ରମଣ କରି ମାଡ଼ ପିଟ୍ ଓ ଗଣ୍ଡଗୋଳ କରୁଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ବିଚାର କରା ନ ଯିବା ଏବଂ ପୋଲିସ୍ ପ୍ରଶାସନ ଆମର ଏତଲାକୁ ଜାଣିଶୁଣି ଗ୍ରହଣ କରୁ ନଥିବା କାରଣରୁ ଆମେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି |ଅହିଂସା ଉପାୟରେ ଅନୁଗୋଳ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ ସହ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ଏହାର ବିହିତ କାର୍ଯ୍ୟାନୁଷ୍ଠାନ ନିର୍ମିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଜଙ୍ଗଲ ସୁରକ୍ଷା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ କୁଇଓ ଜଙ୍ଗଲ ଗ୍ରାମବାସୀ
