• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହାତୀ ଆକ୍ରମଣରେ ଚାଲିଗଲା ନିରୀହ ଜୀବନ

Bymamatanews

Nov 8, 2024
Spread the love

ଅବହେଳିତ ବନକର୍ମଚାରୀ ଙ୍କୁ ନିଳମ୍ବନ ପାଇଁ ଦାବି କଲେ ପରିବାରବର୍ଗ

ବନବିଭାଗ ର ଭୁଲ ପରିଚାଳନା କୁ ଦୋଷ ଦେଲେ ଗ୍ରାମବାସୀ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତ ରେ ଆଜି ଜଣେ ନୀରିହ ବ୍ୟକ୍ତି ର ଜୀବନ ଯାଇଚି ଚାଲି। ମୃତ ବ୍ୟକ୍ତି ଜଣଙ୍କ ହେଲେ ନଳଚନ୍ଦ୍ରପୂର ଗ୍ରାମର ବାନାମ୍ବର ସାହୁଙ୍କ ୫୨ ବର୍ଷୀୟ ପୁଅ ପ୍ରଫୁଲ ଚନ୍ଦ୍ର ସାହୁ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ପ୍ରଫୁଲ୍ଲ ସନ୍ଧ୍ୟା ପ୍ରାୟ ୫ ଘଟିକା ସମୟରେ ଘରୁ ଖାଇ ସାରି ନିଜ ବାଡ଼ିକୁ ଯାଇଥିଲେ ସେଠାରେ ଜମ ସାଜି ଜଗି ରହିଥିଲା ହାତୀ।

ସନ୍ଧ୍ୟା ହୋଇଯାଇଥିବାରୁ ହାତୀ ଓ ପ୍ରଫୁଲ୍ଲ ମୁହାମୁହିଁ ହୋଇଯାଇଥିଲେ ଯାହାଦ୍ୱାରା ହାତୀ ପ୍ରଫୁଲ କୁ କଚାଡି ମାରି ଦେଇଥିଲା। ହାତୀ ସବଦ ଶୁଣି ପରିବାର ଲୋକେ ଘଟଣାସ୍ଥଳରେ ଦେଖନ୍ତି ତ ପ୍ରଫୁଲ୍ଲ ଙ୍କ ମୃତ୍ୟୁ ହୋଇସାରିଛି। ଏହି ବିଷୟରେ ଜାଣି ଗ୍ରାମବାସୀ ମଧ୍ୟରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆଜିକୁ ପ୍ରାୟ ୫ ଦିନ ହେବ ପଞ୍ଚାୟତରେ ହାତୀ ଚଳପ୍ରଚଳ କରୁଛି।

ଏକଦିନ ପୂର୍ବରୁ ହାତୀ ଡମ୍ବରୁଧର ଶିବ ମନ୍ଦିର ର ଅନେକ ଜିନିଷ ନଷ୍ଟ କରିଛନ୍ତି। ଆଜି ସନ୍ଧ୍ୟା ବନବିଭାଗ ହାତୀ ଘୋଡାଇବା ପାଇଁ ବାଣ ମାରି ତଡି ଥିଲେ। ସେଥିରୁ ହାତୀ ଅଞ୍ଚଳରେ ଭାଗଭାଗ ହୋଇ ଯାଇଥିଲେ। ଏହି ଘଉଡାଇବା ର ବିଷୟରେ ପଞ୍ଚାୟତରେ ଖବର ନଦେଇ ପଦକ୍ଷେପ ଗ୍ରହଣ କରାଯିବାରୁ ପ୍ରଫୁଲ୍ଲ ଙ୍କ ମୃତ୍ୟୁ ଘଟିଥିବା ଦାବି ନେଇ ଉତେଜନା ସ୍ରୁଷ୍ଟି ହୋଇଥିଲା।

ଘଟଣାସ୍ଥଳରେ ବନବିଭାଗର ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ ପହଞ୍ଚି ଥିଲେ। ଘଟଣା ଉତ୍ତେଜିତ ହେବାରୁ ପୋଲିସ ପ୍ରଶାସନ ସମାଜସେବୀ ଓ ବଅଁରପାଳ ବ୍ଲକ୍ ମଣ୍ଡଳ ସଭାପତି ପ୍ରତ୍ୟୁଷ ରଞ୍ଜନ ପଣ୍ଡା ପହଞ୍ଚି ଉତ୍ତେଜନା କୁ ଶାନ୍ତ କରିଥିଲେ।

ସମସ୍ତଙ୍କ ଉପସ୍ଥିତି ଗ୍ରାମରେ କିପରି ହାତୀ ମୃତ୍ୟୁ କୁ ରୋକାଯାଇ ପାରିବ, ପରିବାରବର୍ଗ ଙ୍କୁ କ୍ଷତି ପୂରଣ, ଆଲୋକୀକରଣ ବ୍ୟବସ୍ଥା ଓ ହାତୀ ପାଇଁ ବନ କର୍ମଚାରୀ ଙ୍କ ସଂଖା ବୃଦ୍ଧି ନେଇ ବନବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପରେ ମୃତଦେହକୁ ପୋଲିସ ଜବତ କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଥିଲେ।

Leave a Reply

Your email address will not be published. Required fields are marked *