• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆମ୍ବୁଲାନ୍ସ ନ ଆସିବାରୁ ଡାଲା ଗାଡି ରେ ବୁହା ହେଲା ରୋଗୀ,

Bymamatanews

Nov 9, 2024
Spread the love

ଚିକିତ୍ସାଧିନ ଅବସ୍ଥାରେ ବ୍ୟକ୍ତିର ମୃତ୍ୟୁ ଘଟିଛି

ଢେଙ୍କାନାଳ ଜିଲ୍ଲା ଟାଟା କାରଖାନା ନିକଟସ୍ଥ ଅଞ୍ଚଳରେ ଜଣେ ଯୁବକ ତାଜା ଉପରେ କାର୍ଯ୍ୟକରୁଥିବା ବେଳେ ଖସି ପଡି ମୁଣ୍ଡ ମାଡ ହୋଇଥିଲା। ଯାହା ଫଳରେ ଯୁବକଙ୍କ ଜଣଙ୍କ ଗୁରୁତ୍ତର ହୋଇଯାଇଥିଲେ।

ତେବେ ତାଙ୍କୁ ଏକ ଡାଲା ପିକଅପ ଗାଡିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଯେ, ଝାରଖଣ୍ଡ ରାଜ୍ୟର ଥାଇରେଶ କୁଜୁର ଙ୍କ ପୁଅ ପ୍ରମୋଦ କୁଜୁର ଏବଂ ତାଙ୍କ ସ୍ତ୍ରୀ କଣ୍ଟାବଣିଆ ଅଞ୍ଚଳରେ ରହି କାର୍ଯ୍ୟ କରନ୍ତି। ଆଜି ଦିନ ଦ୍ବିପ୍ରହର ସମୟରେ ପ୍ରମୋଦ ତାଜା ଉପରେ ଚଢି କାର୍ଯ୍ୟ କରୁଥିଲେ। ଅସାବଧାନତା ଯୋଗୁଁ ତଳେ ଖସି ପଡିଥିଲେ। ପ୍ରମୋଦ ଙ୍କର ମୁଣ୍ଡ ରେ ଗଭୀର ଆଘାତ ଲାଗିଥିଲା। ପ୍ରମୋଦ ଙ୍କ ସ୍ତ୍ରୀ ଆମ୍ବୁଲାନ୍ସ ଙ୍କୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ଏକ ଡାଲା ପିକ୍ ଅପ୍ ରେ ସ୍ଥାନୀୟ ଲୋକ ଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ପ୍ରମୋଦଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *