• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆସନ୍ତା କାଲି ଠାରୁ ଟିପର ହାଇୱା ଗାଡି ମାଲିକ ସଂଘ ପକ୍ଷରୁ ବନ୍ଦ ଡ଼ାକରା

Bymamatanews

Nov 9, 2024
Spread the love

ଅନୁଗୋଳ ଟିପର ଓ ହାଇୱା ମାଲିକ ସଂଘ ପକ୍ଷରୁ ବାଲି, ଗୋଡ଼ି, ମାଟି, ମୋରମ୍ ଇତ୍ୟାଦି ନଦୀ ବାଲି ପରିବହନର ସମସ୍ୟା ଆସନ୍ତା କାଲି ଠାରୁ ତଥା ୧୦/୧୧/୨୦୨୪ ତାରିଖ ଠାରୁ ଅନିର୍ଦିଶ୍ଟ କଳା ପାଇଁ ସମସ୍ତ ଲାଗୁ ଖଣିଜ୍ ପଦାର୍ଥ ପରିବହନକୁ ବନ୍ଦ କରାଯିବା ପାଇଁ ଆଜି ସନ୍ଧ୍ୟା ସମୟରେ ଛେଳିଆପଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ଆସନ୍ତା କାଲି ଠାରୁ ଅନୁଗୋଳ ଟିପର ଓ ହାଇୱା ମାଲିକ ସଂଘ ପକ୍ଷରୁ ଅନିର୍ଦିଶ୍ଟ କାଳ ପାଇଁ ବନ୍ଦ ଡାକରା ଦିଆଯାଇଛି। ପୂର୍ବରୁ ଜିଲ୍ଲାପାଳ, ପୋଲିସ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଅଧିକାରୀ ଓ ଖଣି ଅଧିକାରୀ ପ୍ରମୁଖକୁ ସଂଘ ପକ୍ଷରୁ ୧୧ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା। ଦାବି ଗୁଡିକ ମଧ୍ୟରେ ଲଘୁ ଖଣିଜ ପଦାର୍ଥରୁ ଯୋଗାଣ ଓ ପରିବହନ କୁ ନିୟମିତ କରିବା ସକାଶେ ଲିଜ୍ ଧାରୀ ଙ୍କୁ ପରିବହନ ପାଇଁ ପ୍ରତ୍ୟକ ଗାଡି ପିଛା ବାର କୋଡ଼ ଲାଗୁଥିବା ପାସ ପ୍ରଦାନ କରାଯିବା ଓ ଛୋଟ ଛୋଟ ଖଣିଜ ପଦାର୍ଥର ବେଆଇନ୍ ପରିବହନ କୁ ଏଡାଇବା ପାଇଁ ଆବଶକିୟ ସୂଚନା ସମ୍ପର୍କରେ ଡିସପ୍ଲେ ବୋର୍ଡ ରେ ଅସଙ୍ଗତିକୁ ଏଡାଇବା ପାଇଁ ବାଲି, ଗୋଡ଼ି ମାଟି ଆଦି ସମ୍ପର୍କରେ ସିସି ଟିଭି ସ୍ଥାପନା ନିଶ୍ଚିତ କରାଯିବା, ଅନୁଗୋଳ ଜିଲ୍ଲା ସକାଶେ ଲଘୁ ଖଣିଜ ଦ୍ରବ୍ୟ ଉଠାଇବା ସର୍ବଦା ଜରୁରୀ ଥିବାରୁ ଟ୍ରକ ଯୋଗେ ଉଠାଇବା ସକାଶେ କୌଣସି କଟକଣା କରା ନଯିବା ଟ୍ରକ ମାଲିକ ଙ୍କ କୌଣସି ଦୋଷ ନଥିବାରୁ ଥାନା ପରିସରରେ ଗାଡି ଅଟକ ରଖା ନ ଯିବା ସହିତ ଆବଶ୍ୟକୀୟ ଜୋରିମାନା ଲିଜ୍ ଧାରୀ ଙ୍କ ଠାରୁ ଆଦାୟ କରାଯିବା ଆଦି ଦାବି ମାନ ଅନ୍ତର୍ଭୁକ୍ତ। ଏହି ଦାବି ପତ୍ର ସଂଘ ର ସମ୍ପାଦକ ନିର୍ମଳ କୁମାର ପ୍ରଧାନ ଙ୍କ ନେତୃତ୍ଵରେ ଅନାଦି ଚରଣ ସାହୁ, ସଭାପତି ଏବଂ ମାଲିକ ମାନଙ୍କ ପ୍ରମୁଖ ସ୍ଵାକ୍ଷର ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *