• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ତୁଳସୀ ବିବାହ ଓ କନ୍ଦରାସୁର ପୋଡ଼ି ପରମ୍ପରାକୁ ମଳିନ ପଡ଼ିବାକୁ ଦେଲେନାହିଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

Bymamatanews

Nov 14, 2024
Spread the love

ସିଦ୍ଧ ବଳଦେବଜୀଉ ଙ୍କ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲା ରେ ଲୁଚି ଯାଇଥିବା ଏତିହ୍ୟ ଓ ସଂସ୍କୃତି ତୁଳସୀ ବିବାହ ଓ କନ୍ଦରାସୁର ପୋଡ଼ି ପୁଣି ଥରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଯଦୁପୁର ନିକଟସ୍ଥ ଗୋପୀନାଥପୁର ଶାସନ ଗୋଷ୍ଠେଶ୍ୱର୍ ପୀଠ ପ୍ରାଙ୍ଗଣ ରେ ବୈଦିକ ରୀତିରେ ଆୟୋଜିତ ହୋଇଯାଇଛି। ଧାର୍ମିକ ପରମ୍ପରା ଅନୁସାରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ଭଗବାନ ବିଷ୍ଣୁ ଙ୍କର ଶାଳଗ୍ରାମ ରୂପ ସହ ତୁଳସୀ ଦେବୀ ଙ୍କର ବିବାହ କରାଯାଇଥାଏ। ଏହା ଓଡ଼ିଆ ଅସ୍ମିତା ର ପରିଚୟ ବହନ କରେ କିନ୍ତୁ ଦୀର୍ଘ କିଛି ବର୍ଷ ହେବ କେନ୍ଦ୍ରାପଡ଼ା ର ଏହି ପରମ୍ପରା ମଳିନ ପଡ଼ିଯାଇଥିବା ଅନୁଭବ କରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପୁଣି ଥରେ ଏହି ପରମ୍ପରା କୁ ଧୁମ୍ ଧାମରେ ପାଳନ କରିଛନ୍ତି।

ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କ ପ୍ରଚେଷ୍ଟା ରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଏହି କାର୍ଯ୍ୟକ୍ରମ କୁ ମନ ଭରି ଉପଭୋଗ କରିଥିଲେ । ବାଲୁକା ଶିଳ୍ପୀ ବହ୍ଲବ ମହାପାତ୍ର ଙ୍କ ଦ୍ଵାରା ବଳରାମ ଓ ତୁଳସୀ ଙ୍କ ବାଲୁକା ମୂର୍ତ୍ତି କରାଯାଇ ଵିଵାହ କାର୍ଯ୍ୟ ହିନ୍ଦୁ ପରମ୍ପରା ଅନୁସାରେ କରାଯାଇଥିଲା। ଗୋଷ୍ଠେଶ୍ୱର ମହାଦେବ ଙ୍କ ମୁଖ୍ୟ ପରିଚାଳକ ବିଷ୍ଣୁ ଚରଣ ମହାପାତ୍ର ଏହି କାର୍ଯ୍ୟ କୁ ତଦାରଖ କରିଥିଲେ। ହରି ନାମ ସଙ୍କୀର୍ତ୍ତନ ନୈଷ୍ଠିକ ବ୍ରାହ୍ମଣ ଙ୍କ ଦ୍ଵାରା ବେଦ ପାଠ ଓ ହରିବୋଲ ହୁଳହୁଳି ରେ ଵିଵାହ ବେଦୀ ଉଛୁଳି ପଡ଼ିଥିଲା। ଏହା ପରେ ୨୫ ଫୁଟ ଉଚ୍ଚ ର ଦୀର୍ଘଦେହି କନ୍ଦରାସୁର କୁ ଅଗ୍ନି ସଂଯୋଗ କରି ପୋଡ଼ା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଉପସଭାପତି ରଶ୍ମି ରଞ୍ଜନ ବାରିକ, ସଂସ୍କୃତି ବିଭାଗୀୟ ଅଧିକାରୀ ସଞ୍ଜୀବ କୁମାର ତରାଇ, କାଳନ୍ଦୀ ମଲ୍ଲିକ, ବେଦଜ୍ୟୋତି ଦାସ ,ଗୌତମ ସାହୁ, ସମ୍ରାଟ ବିପିନ ବିହାରୀ ଦାସ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *