• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାୟଗଡାରେ କମ୍ପାନୀ ସପକ୍ଷବାଦୀଙ୍କ ତରଫରୁ ଏକ ବିଶାଳ ରାଲି

Bymamatanews

Nov 14, 2024
Spread the love

ରାୟଗଡ (୧୪/୧୧/୨୦୨୪) ରାୟଗଡ କିଲ୍ଲା କାଶୀପୁର ବ୍ଲକରେ ହେବାକୁ ଥିବା ସିଜି ମାଳି ଖଣି ଖନନକୁ ନେଇ କମ୍ପାନୀ ସପକ୍ଷବାଦୀଙ୍କ ଏକ ବିଶାଳ ରାଲି ରାୟଗଡ଼ା ସଦର ମହକୁମାରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଲି କୋରାପୁଟ ଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାହାରିଥିଲା । ଉକ୍ତ ରାଲିରେ କାଶୀପୁର ଅଞ୍ଚଳର ପ୍ରାୟ ୮ ହଜାର ଲୋକ ଯୋଗ ଦେଇଥିବା ବେଳେ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ସମର୍ଥନ କରିଥିଲେ ।

ଲୋକମାନେ ବିଭିନ୍ନ ପ୍ଲାକାର୍ଡ ଧରି କମ୍ପାନୀ ସପକ୍ଷରେ ସ୍ଲୋଗାନ ଦେବା ସହ ସିଜି ମାଳି ଖଣି ଖନନକୁ ନିଜ ସ୍ବାର୍ଥ ପାଇଁ ବିରୋଧ ଓ ଅପପ୍ରଚାର କରୁଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ସୂଚନା ମୁତାବକ ଏହି ଖଣି ଖାଦାନ ବେଦାନ୍ତ କମ୍ପାନୀ ପାଇଥିବା ବେଳେ କିଛି ଲୋକ ନିଜର ସ୍ବାର୍ଥ ପାଇଁ ଖଣି ପ୍ରଭାବିତ ଲୋକଙ୍କ ବିଭିନ୍ନ ଅସାମାଜିକ ତତ୍ତ୍ଵ ଉପରେ କହି ବିରୋଧ କରୁଥିବା ବେଳେ ଅଧିକାଂଶ ଅଞ୍ଚଳବାସୀ ଖଣି ଖନନ ଓ କମ୍ପାନୀ ସପକ୍ଷରେ ରହି କମ୍ପାନୀ ହେଲେ ଅଞ୍ଚଳର ଉନ୍ନତି ହେବା ସହ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ପାଇ ପାରିବେ ବୋଲି ପ୍ରକାଶ କରିଛନ୍ତି । ଏହା ସହ ଏ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେବା ସହ କମ୍ପାନୀ କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି । ଏହି ରାଲିରେ କାଶୀପୁର ବ୍ଲକର ଖଣି ପ୍ରଭାବିତ ଲୋକମାନେ ଉପସ୍ଥିତ ରହି କମ୍ପାନୀ ସପକ୍ଷରେ ମତ ଦେବା ସହ କମ୍ପାନୀକୁ ସମର୍ଥନ କରୁଛୁ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *