ରାୟଗଡ (୧୪/୧୧/୨୦୨୪) ରାୟଗଡ କିଲ୍ଲା କାଶୀପୁର ବ୍ଲକରେ ହେବାକୁ ଥିବା ସିଜି ମାଳି ଖଣି ଖନନକୁ ନେଇ କମ୍ପାନୀ ସପକ୍ଷବାଦୀଙ୍କ ଏକ ବିଶାଳ ରାଲି ରାୟଗଡ଼ା ସଦର ମହକୁମାରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଲି କୋରାପୁଟ ଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାହାରିଥିଲା । ଉକ୍ତ ରାଲିରେ କାଶୀପୁର ଅଞ୍ଚଳର ପ୍ରାୟ ୮ ହଜାର ଲୋକ ଯୋଗ ଦେଇଥିବା ବେଳେ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ସମର୍ଥନ କରିଥିଲେ ।
