
ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇଥିଲେ । ସେହିପରି ନାଲକୋ ବଅଁରପାଳ ସାମ୍ବାଦିକ ସଂଘ ପକ୍ଷରୁ ନାଲକୋ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ପାଳିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ନାଲକୋ ଜିଏମ୍ ଶୁଭେନ୍ଦୁ ନାୟକ ଯୋଗଦେଇଥିଲେ । ସେହି ଭଳି ଓଡ଼ିଶା ସାମ୍ବାଦିକ ସଂଘ(ଓୟୁଜେ) ଅନୁବନ୍ଧିତ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ(ଏଡିୟୁଜେ) ତରଫରୁ ଜାତୀୟ ପ୍ରେସ୍ ଦିବସ ହୋଟେଲ ପ୍ରଶାନ୍ତି ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି । ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମାଜ ଗଠନରେ ପ୍ରେସର ଭୂମିକା ପ୍ରସଙ୍ଗରେ ଅଭିଭାଷଣ ପ୍ରଧାନ କରିଥିଲେ ।

ସେହିଭଳି ଅନୁଗୋଳ ପ୍ରେସ ଚାମ୍ବର ତରଫରୁ ମଧ୍ୟ ପ୍ରଶାନ୍ତି ହୋଟେଲ ଠାରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି , ଏଥିରେ ମୁଖ୍ୟ ଅତିଥି ଭାବେ ସୁଧାଂଶୁ ରାଉତ ଯୋଗଦେଇଥିଲେ । ସେହିଭଳି ଏଡିଜେୟୁ ପକ୍ଷରୁ ସ୍ଥାନୀୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷ ଠାରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇଥିଲେ। ବଅଁରପାଳ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବଅଁରପାଳ ପଞ୍ଚ ଶ୍ରୀକ୍ଷେତ୍ର ପ୍ରାଙ୍ଗଣରେ ଯୁବ ସାମ୍ବାଦିକ ରାଜେଶ ନାୟକ ଙ୍କ ବିୟୋଗ ରେ ଦୀପ ଦାନ କରି ବୈଠକ ଅନୁଷ୍ଠିତ ହୋଇଥିଲା।
