• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବ କୁ ହରାଇ ଫାଇନାଲରେ ତେଜ ୱାରିଅରସ ମୁଷାପାପୁଲି

Bymamatanews

Nov 23, 2024
Spread the love

ଫାଇନାଲ ମ୍ୟାଚ ହିନ୍ଦୋଳ ସହିତ ମୁଷାପାପୁଲି ସକାଳ ୧୧ ଘଟିକା ଅନୁଷ୍ଠିତ ହେବ।

ଅନୁଗୋଳ ସହର କଦମ ପଡିଆ ଠାରେ ଅଷ୍ଟମ ମର୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ର ଦୁଇ ପ୍ରମୂଖ ପ୍ରତିଯୋଗି ତେଜ ୱାରିଅରସ ମୁଷାପାପୁଲି ଅନୁଗୋଳ ଓ ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବ ସହିତ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ତେଜ ୱାରିଅରସ ମୁଷାପାପୁଲି ଟଚ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି କରି ନିର୍ଦ୍ଧାରିତ ୧୫ ଓଭର ରେ ୯ ଉଇକେଟ ହରାଇ ୧୩୬ ରନ୍ ର ବିଜୟୀ ଲକ୍ଷ ରଖିଥିଲେ। ଏହାର ଜବାବରେ ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବ ସହଳ ୱିକେଟ ଖସାଇ ୧୩.୫ ଓଭରରେ ଖେଳି ସମସ୍ତ ଉଇକେଟ ହରାଇ ୮୧ ରନ୍ କରି ପରାସ୍ତ ହୋଇଥିଲା। ତେଜ ୱାରିଅରସ ମୁଷାପାପୁଲି ଦ୍ବିତୀୟ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିଛି। ମୁଷାପାପୁଲି ଦଳର ବବି ଠାକୁର ୩୭ ବଲରେ ଧୁଆଁଧାର ବ୍ୟାଟିଂ କରି ୫୧ ରନ କରିଥିଲେ ଓ ୨. ୫ଓଭର ବୋଲିଂ କରି ଦୁଇଟି ଉଇକେଟ ନେଇ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହେଉଥିଲେ। ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ମାଁ ମଙ୍ଗଳା ବିହାର ର ପ୍ରପାଇଟର ପ୍ରଭାତ କୁମାର ପ୍ରଧାନ ଉପସ୍ଥିତ ଥିଲେ ସମ୍ମାନିତ ଅତିଥି ଟ୍ରକ୍ ମାଲିକ ସଂଘର ଉପ ସଭାପତି ଅମରେଶ ସ୍ବାଇଁ, ଡ଼ା ସୁଶାନ୍ତ କୁମାର ପଣ୍ଡା ଓ ମର୍ଣ୍ଣିଂଷ୍ଟାର କ୍ଲବ୍ ର ସଭାପତି ମାୟାଧର ମିଶ୍ର, ସମ୍ପାଦକ ରଞ୍ଜନକୁମାର ଧିର ସାମନ୍ତ, ସମରେନ୍ଦ୍ର ସ୍ବାଇଁ ଉପସ୍ଥିତ ଥିଲେ। ବିରେଞ୍ଜନ ମହାନ୍ତି ପ୍ରତେକ ଆକର୍ଷଣୀୟ ଛକା ପାଇଁ ୮୦ ଟଙ୍କାର ପୁରସ୍କୃତ କରୁଥିଲେ। ଜୟକୃଷ୍ଣ ରାଉତ ଓ ଅନିଲ କୁମାର ଗଡ଼ନାୟକ ଖେଳକୁ ପରିଚାଳନା କରିଥିଲେ। ଅଭୟ କୁମାର ପାଢୀ ଓ ରାମ ଚନ୍ଦ୍ର ସାହୁ ସ୍କୋର ବୋର୍ଡ ଦାୟିତ୍ୱ ରେ ଥିବା ବେଳେ ବିନୋଦ ସାମଲ ଓ ଶୁକାନ୍ତ କୁମାର ତ୍ରିପାଠୀ କମେଟ୍ରି କରିଥିଲେ। ଆସନ୍ତା କାଲି ଫାଇନାଲ ମ୍ୟାଚ ହିନ୍ଦୋଳ ସହିତ ମୁଷାପାପୁଲି ସହିତ ସକାଳ ୧୧ଟା ସମୟରେ ଅନୁଷ୍ଠିତ ହେବ ଏହି ମ୍ୟାଚ ଟି ପ୍ରଥମେ ୧୦ ଓଭର ଦିତୀୟ ଟି ୫ ଓଭର ତୃତୀୟ ୫ ଓଭର ତିନୋଟି ଫର୍ମାଟ ରେ ଖେଳ ହେବ ଏଥିରୁ ଯେଉଁ ଦଳ ଦୁଇଟିରେ ବିଜୟୀ ହେଲେ ତାଙ୍କୁ ବିଜୟ ଘୋଷଣା କରାଯିବ।

Leave a Reply

Your email address will not be published. Required fields are marked *