• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଷ୍ଟମ ମର୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ

Bymamatanews

Nov 24, 2024
Spread the love

ମୁଷାପାପୁଲି ୱାରିୟର୍ସ କୁ ମାତ ଦେଇ ହିନ୍ଦୋଳ ୱାରିୟର୍ସ ଚାମ୍ପିୟନ

ଅନୁଗୋଳ ସହର ସ୍ଥାନୀୟ କଦମ ପଡିଆ ଠାରେ ଅଷ୍ଟମ ମର୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ଏଥିରେ ତେଜ ୱାରିଅରସ ମୁଷାପାପୁଲି ଅନୁଗୋଳ ଓ ହିନ୍ଦୋଳ ସହିତ ଅନୁଷ୍ଠିତ ହୋଇ ଥିଲା ଏହି ଟୁର୍ଣ୍ଣାମେଣ୍ଟରେ ୧୦/୫/୫ ଓଭର ବିଶିଷ୍ଟ ତିନୋଟି ଫର୍ମାଟ ରେ ଖେଳ ହୋଇଥିଲା ଏହି ତିନୋଟି ଫର୍ମାଟ ଖେଳରେ ହିନ୍ଦୋଳ ଏକତରଫା ବିଜୟୀ ହେଇଥିଲା। ପ୍ରଥମ ମ୍ୟାଚରେ ହିନ୍ଦୋଳ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୮୭ ରନ୍ ର ବିଜୟୀ ଲକ୍ଷ ରଖିଥିଲେ।

ଏହା ର ଜବାବ ରେ ମୁଷାପାପୁଲି ୬୧ ରନ୍ ରେ ସିମିତ ରହିଥିଲା। ପୁଣି ୫ ଓଭର ଲେଖାଏଁ ଖଳ ହୋଇଥିଲା ଏଥିରେ ମଧ ହିନ୍ଦୋଳ ୮ ଓଇକେଟରେ ବିଜୟୀ ହୋଇଥିଲା। ସେଷ ଫର୍ମାଟ ଖେଳରେ ମଧ୍ୟ ହିନ୍ଦୋଳ ବିଜୟୀ ହୋଇ ମର୍ଣ୍ଣିଂଷ୍ଟାର କ୍ରିକେଟ କପ୍ ହାତେଇ ନେଇଥିଲା। ମ୍ୟାନ ଅଫ୍ ଦି ମ୍ୟାଚ ଓ ମ୍ୟାନ ଅଫ୍ ଦି ସିରିଜ୍ ଗୁମନ ନାୟକ ବିବେଚିତ ହେଉଥିଲେ। ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସମ୍ମାନିତ ଅତିଥି ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜେନ୍ ପୈାରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଜୟନ୍ତ କୁମାର ମହାନ୍ତି ଜେନେରାଲ ମ୍ୟାନେଜର ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ, ଡ଼ା ସୁଶାନ୍ତ କୁମାର ପଣ୍ଡା, ଟ୍ରକ୍ ମାଲିକ ସଂଘର ଉପ ସଭାପତି ଅମରେଶ ସ୍ବାଇଁ, ତାପସ ମହାନ୍ତି ଓ ମର୍ଣ୍ଣିଂଷ୍ଟାର କ୍ଲବ୍ ର ସଭାପତି ମାୟାଧର ମିଶ୍ର, ସମ୍ପାଦକ ରଞ୍ଜନକୁମାର ଧିର ସାମନ୍ତ, ସମରେନ୍ଦ୍ର ସ୍ବାଇଁ ଓ ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ବିରେଞ୍ଜନ ମହାନ୍ତି ପ୍ରତେକ ଆକର୍ଷଣୀୟ ଛକା ପାଇଁ ୧୦୦ ଟଙ୍କାର ପୁରସ୍କୃତ କରୁଥିଲେ। ଜୟକୃଷ୍ଣ ରାଉତ ଓ ଅନିଲ କୁମାର ଗଡ଼ନାୟକ, ସଞ୍ଜିବ ପାତ୍ର ଖେଳକୁ ପରିଚାଳନା କରୁଥିଲେ। ଅଭୟ କୁମାର ପାଢୀ ଓ ରାମ ଚନ୍ଦ୍ର ସାହୁ ସ୍କୋର ବୋର୍ଡ ଦାୟିତ୍ୱ ରେ ଥିବା ବେଳେ ବିନୋଦ ସାମଲ ଓ କମଲ ମାଣ୍ଡୋଠିଆ କମେଟ୍ରି କରିଥିଲେ। ସେଶରେ ଅତିଥି ଙ୍କ ଦ୍ବାରା ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *