
ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ବସୁଲେଇ ଗ୍ରାମରେ ଏକ ଅଭାବ ନିଅଁ ଘଟଣା। ଦାଦାସୁର ଙ୍କୁ ଟାଙ୍ଗୀଆ ରେ ହାଣିଲା ଜ୍ଵାଇଁ। ସୂଚନା ଯେ, ପୂର୍ବରୁ ଦୁଇ ପରିବାରରେ ଜମିବାଡି କୁ ନେଇ ଝଗଡ଼ା ଲାଗୀ ରହିଥିଲା। ଆଜି ସକାଳ ସମୟରେ ବଳଭଦ୍ର ଭୁତିଆଙ୍କ ପୁଅ ଅପାଳି ଭୁତିଆ ଗାଁ ନିକଟରେ ଥିବା ଜମିକୁ ହଳ କରିବାକୁ ଯାଇଥିବା ବେଳେ ଅପାଳିଙ୍କ ବଡ ଭାଇର ଜ୍ୱାଇଁ ଏବଂ ଆଉ କିଛି ଲୋକ ଅପାଳି ଙ୍କୁ ମାଡ ମାରିବା ସହ ଏକ ଟାଙ୍ଗୀଆରେ ଆକ୍ରମଣ କରି ପଳାଇଥିଲେ ।
ଯାହା ଫଳରେ ଅପାଳି ଚିତ୍କାର କରିବାରୁ ନିକଟରେ ଥିବା ଗାଁ ଲୋକ ଘଟଣା ସ୍ଥଳରେ ଆସି ଗୁରୁତ୍ତର ଅବସ୍ଥାରେ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଖବର୍ ଦେଇଥିଲେ। ଅପାଳି ଙ୍କୁ ସଙ୍ଗେ ସଙ୍ଗେ ପର୍ଜଙ୍ଗ ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ କାମାକ୍ଷାନଗର ଚିକିତ୍ସାଳୟକୁ ନେଇଥିଲେ। ଅବସ୍ତା ସଙ୍କଟାପନ୍ନ ହେବାରୁ ବଅଁରପାଳ ଅଞ୍ଚଳର ଏକ ଘରୋଇ ଚିକିତ୍ସାଳୟ ତାପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା। ଏବେ ଅପାଳି ଙ୍କ ଅବସ୍ଥା ସଂକଟାପନ୍ନ ଥିବା ନେଇ ଅପାଳି ଙ୍କ ସ୍ତ୍ରୀ କହିଛନ୍ତି। ଅକାଳିଙ୍କର ମୁଣ୍ଡ ପିଠି, ହାତ, ଦୁଇ ଗୋଡ ରେ ଗଭୀର ଆଘାତ ଲାଗିଛି।
