• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବିବାହିତ ମହିଳା କୁ ବଳାତ୍କାର ଅଭିଯୋଗ

Bymamatanews

Nov 26, 2024
Spread the love

ଜଣାଇଲେ ଫୋଟ ଭାଇରାଲ୍ କରିବା ସହ ସ୍ଵାମୀକୁ ହତ୍ୟା କରିବା ଧମକ ଦେବା ଅଭିଯୋଗ ଆଣିଲେ ପୀଡିତ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଏକ ଗ୍ରାମରୁ ଜଣେ ବିବାହିତ ମହିଳା କୁ ବଳାତ୍କାର ଓ ଧମକ ଦେବା ଭଳି ଅଭିଯୋଗ କରିଛନ୍ତି ପୀଡିତା। ପୀଡିତ ମମତା ନାଏକଙ୍କ ସୂଚନା ମୁତାବକ ସକାଳ ସମୟରେ ତାଙ୍କ ସ୍ଵାମୀ ଘରୁ କାମକୁ ବାହାରି ଯିବା ପରେ ସେ ଛେଳି ଚରାଇବା ପାଇଁ ବିଲକୁ ଯାଇଥିଲେ। ମମତା ଦିନ ପ୍ରାୟ ଏକ ଘଟିକା ସମୟରେ ଗଛ ମୂଳରେ ବସିଥିବା ବେଳେ ସେହି ଗ୍ରାମର ବଳିଆ ପରିଡା ପୀଡିତା କୁ ଜୋର୍ ଜବରଦସ୍ତ ଜାବୁଡି ଧରି ବଳାତ୍କାର କରିଥିଲା।

ଏହା ପରେ ଅଭିଯୁକ୍ତ ଜଣକ ମହିଳାଙ୍କର ଅର୍ଦ୍ଧ ଉଲଗ୍ନ ଫଟୋ ମୋବାଇଲ୍ ରେ ଉଠାଇଥିଲା। ଏ କଥା ଅନ୍ୟକୁ ଜଣାଇଲେ ଫଟୋ ଭାଇରାଲ କରିବା ସହ ତା ସ୍ୱାମୀକୁ ମଦରେ ବିଷ ମିଶାଇ ପିଆଇ ହତ୍ୟା କରିବା କୁ ଧମକ ଦେଇଥିଲା। ମହିଳା ଜଣକ ବ୍ୟକ୍ତିଙ୍କ କଥାକୁ ନ ଡରି ସମସ୍ତ ଘଟଣା ତାଙ୍କ ସ୍ଵାମୀଙ୍କୂ ଜଣାଇଥିଲେ ।

ଦୁଷ୍କର୍ମ ଶୀକାର ହୋଇଥିବା ପୀଡ଼ିତା ତାଙ୍କ ମା ‘ ଓ ସ୍ଵାମୀ ସହ ସକାଳ ପ୍ରାୟ ୬ ଟା ବେଳକୁ ଅଭିଯୁକ୍ତ ବଳିଆଙ୍କ ଘରକୁ ଯାଇ ଥିଲେ।ଅଭିଯୁକ୍ତ ବଳିଆ ଓ ତାଙ୍କ ପରିବାର ସଦସ୍ୟ ମିଶି ଜାତି କୁ ନେଇ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଜୀବନରେ ମାରିଦେବାକୁ ଧମକ ଦେବା ସହ ବଳିଆ ର ଦୁଇ ଭାଇ ପପୁ ପରିଡ଼ା ଓ ଡିଲ ପରିଡ଼ା ପୀଡ଼ିତାକୁ ମାଡ଼ ମାରି ତାଙ୍କ ଘରୁ ପଳାଇଯିବାକୁ ଧମକ ଦେଇଥିଲେ।
ପୀଡିତା ପରିବାରବର୍ଗ ଙ୍କ ସହ ଥାନାରେ ଲିଖିତ ଅଭିଯୋଗ ପରେ ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂଙ୍କ ନେତୃତ୍ୱ ରେ ମାମଲା ରୁଜୁ କରି ଅଭିଯୁକ୍ତ ଓ ଦୁଇ ଭାଇକୁ ଗିରଫ କରି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *