• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୧୨ ଦଫା ଦାବୀ ନେଇ କୃଷକ ସଂଗଠନ ର ଦାବୀପତ୍ର ପ୍ରଦାନ

Bymamatanews

Nov 26, 2024
Spread the love


ଅମ୍ବାଭୋନା (୨୬/୧୧/୨୪) : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ର ବରପାହାଡ଼ କୃଷକ ସଂଗଠନ ଓ ଲାଲବାହାଦୁର ଶାସ୍ତ୍ରୀ କୃଷକ ସଂଗଠନ ର ମିଳିତ ଉଦ୍ୟମ କ୍ରମେ ମଙ୍ଗଳବାର ଦିନ ଅପରାହ୍ନ ସମୟରେ ସତାଧିକ ଚାଷୀ ଅମ୍ବାଭୋନା ବ୍ଲକ କାର୍ଯ୍ୟଳୟ ର ଦ୍ୱାରସ୍ଥ ହୋଇ ମହାମହିମ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର ବାଗ ଓ ତସିଲଦାର ଆନନ୍ଦ ପଣ୍ଡା ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ।

ସ୍ୱାମୀନାଥନ କମିଟି ଆଧାର ରେ ଫସଲ ର ମୂଲ୍ୟ।ୟନ, କୃଷିରୁଣ ସମ୍ପୂର୍ଣ ଛାଡ଼ ଧାନକିଣା ବିକା ରେ କଟଣୀ ଛଟଣି ବନ୍ଦ ମଣ୍ଡି ରେ ଧାନ ପଡିବାର ୪୮ ଘଣ୍ଟା ମଧ୍ୟରେ ଉଠାଣ ପନିପରିବା ମୂଲ୍ୟ ବୃଦ୍ଧି ଓ ଶୀତଳ ଭଣ୍ଡାର ପ୍ରତିଷ୍ଠା ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ, କୃଷି କ୍ଷେତ୍ରରେ ଜଳସେଚନ ଆଧାର ରେ ବିଦ୍ୟୁତ ବିଲ ପ୍ରଦାନ ୩୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ସମ୍ବଲପୁରୀ ଭାଷା କୁ ସାମ୍ବିଧାନୀକ ମାନ୍ୟତା ପ୍ରଦାନ ପଶ୍ଚିମ ଓଡିଶା କୁ ଅଲଗା ରାଜ୍ୟ ମାନ୍ୟତା ଲଘୁ ବନଜାତ ଦ୍ରବ୍ୟ ର ଉଚିତ ମୂଲ୍ୟ ଓ ବଜାର ବ୍ୟବସ୍ଥା ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ଗୃହପାଳିତ ଗାଈ ଛେଳି ପାଇଁ ଗୁହାଲ ବ୍ୟବସ୍ଥା ଆଦି ଏହି ଦାବୀ ରହିଛି। ବାରପାହାଡ଼ କୃଷକ ସଂଗଠନ ର ସଭାପତି ଈଶାନ୍ତ ଚନ୍ଦ୍ର ଭୋଇ, ସମ୍ପାଦକ ଅଭିମନ୍ୟୁ ପଧାନ, ଲାଲବାହାଦୁର ଶାସ୍ତ୍ରୀ କୃଷକ ସଂଗଠନ ର ସଭାପତି ଠାକୁରରାମ ପଟେଲ, ସମ୍ପାଦକ ଶଙ୍କର ଖମାରୀ ଙ୍କ ସମେତ ସତାଧିକ ଚାଷୀ ମିଶି ଦାବୀ ପତ୍ର ରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *