• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭିଜିଲାନ୍ସ ଜାଲରେ କନିଷ୍ଠ ଖଣି ଅଧିକାରୀ

Bymamatanews

Nov 27, 2024
Spread the love

ଭିଜିଲାନ୍ସ ଜାଲରେ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ, ଭୁବନେଶ୍ବର, ଯାଜପୁର ଏବଂ କେନ୍ଦୁଝର ସମେତ ୭ଟି ଜାଗାରେ ଏକକାଳୀନ ଚଢ଼ଉ କରୁଛି ଓଡ଼ିଶା ଭିଜିଲାନ୍ସ ଟିମ୍। ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସ, ଭୁବନେଶ୍ୱରଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ଉରେ ୫ ଜଣ ଡିଏସପି,୫ ଇନ୍ସପେକ୍ଟର, ୮ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି ।

ସୂଚନାନୁସାରରେ ଯାଜପୁର ଜିଲ୍ଲା ଗୋବର୍ଦ୍ଧନ ପୁର ପଞ୍ଚାୟତ ଜେମାଦେଇପୁର ଶାଶନ ଅଞ୍ଚଳରେ ଥିବା ପଦ୍ମନାଭଙ୍କ ଘରେ ଭିଜିଲାନ୍ସ ଟିମର ଚଢ଼ାଉ ଜାରି ରହିଛି । ଏହାସହ ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା ଏବଂ ଯାଜପୁରର ଧର୍ମଶାଳା ଅଞ୍ଚଳ ସ୍ଥିତ ପଦ୍ମନାଭଙ୍କ ସମସ୍ତ ଘରେ ଏକକାଳୀନ ଚଢ଼ଉ ଜାରି ରହିଛି।

Leave a Reply

Your email address will not be published. Required fields are marked *