• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କୋଇଲା ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ

Bymamatanews

Dec 1, 2024
Spread the love

ଦୁଇ ଅଭିଯୁକ୍ତ ଗିରଫ, ୩୮ କୁଇଣ୍ଟାଲ କୋଇଲା ସହ ପିକଅପ ଭେନ ଜବତ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ ପୋଲିସ ପକ୍ଷରୁ ମହିଧରପୁର ଅଞ୍ଚଳରୁ କୋଇଲା ଚୋରା ଚାଲାଣ ବେଳେ ଗାଡି ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଦୁଇ ଅଭିଯୁକ୍ତ ହେଲେ ନରସିଂହପୁର ଅଞ୍ଚଳର ଜଗନ୍ନାଥ ପ୍ରଧାନ ଓ ସଦାନନ୍ଦ ସାମଲ। ଶନିବାର ଦିନ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଲେ କି ମହିଧରପୁର ଅଞ୍ଚଳ ଦେଇ ଗୋଟିଏ ପିକଅପ ଗାଡିରେ କୋଇଲା ଚୋରଚାଲାଣ ହେଉଛି। ବଅଁରପାଳ ଥାନା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ଏସ୍ ଆଇ ମନୋଜ ମିଶ୍ର ପୋଲିସ ବାହିନୀ ଙ୍କୁ ନେଇ ମହିଧରପୁର ଛକ ନିକଟରେ ଜଗି ରହିଥିବା ବେଳେ ଗୋଟିଏ କୋଇଲା ବୋଝେଇ ପିକଅପ ଗାଡ଼ି ଦୃତ ଗତିରେ ଯାଉଥିବା ବେଳେ ପୋଲିସ ଅଟକାଇ ପଚରା ଉଚରା କରିଥିଲେ। ସେଇ ସମୟରେ ଗାଡି ର ସମ୍ମୁଖ ଭାଗରେ ନମ୍ବର ଥିବା ବେଳେ ପଛପାଖ ନମ୍ବର କୁ ଖୋଲି ଦିଆଯାଇଛି। ପୋଲିସ ଗାଡ଼ିଟିକୁ ସନ୍ଦେହ କରି ଯାଞ୍ଚ ଆରମ୍ଭ କରିଥିଲେ। ସେମାନେ ତାଳଚେର ଭୁବନେଶ୍ଵରୀ କୋଇଲା ଖଣି ନିକଟରୁ କୋଇଲା ଧରି ନରସିଂହପୁର ଅଞ୍ଚଳକୁ ଯାଉଥିଲେ। ଓଡି ୧୯ବି ୨୭୬୭ ନମ୍ୱର ଥିବା ପିକଅପ ଗାଡ଼ିରେ ୩୮ କୁଇଣ୍ଟାଲ କୋଇଲା ଥିବା ବେଳେ ବେଆଇନ କୋଇଲା ଚୋରୀ କରୁଥିବା ନେଇ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *