• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୯ ଦୁର୍ଦାନ୍ତ ଡକାୟତ ଗ୍ୟାଙ୍ଗ କୁ କାବୁ କଲା ଅନୁଗୋଳ ପୋଲିସ

Bymamatanews

Dec 3, 2024
Spread the love

ମୋବାଇଲ, ସୁନା, ନଗଦ ଟଙ୍କା, କାର, ଦେଶୀ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ

ଅନୁଗୋଳ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଅପରାଧିକ ମାମଲା ଘଟି ଚାଲିଥିବା ବେଳେ ଏହାର ଦମନ କରିବାରେ ଜିଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା। ଗତ ମାସ ୨୫ ତାରିଖ ରେ ହଣ୍ଡପା ଥାନା ର ଲକ୍ଷ୍ମୀପ୍ରିୟାପୁର୍ ଗ୍ରାମର ଅଜୟ ସାହୁ ନାମକ ଜଣେ ବ୍ୟକ୍ତି ଙ୍କ ଘରେ ସଶସ୍ତ୍ର ୮ ରୁ ୧୦ ଜଣ ଯୁବକ ଅତର୍କିତ ଭାବେ ଆକ୍ରମଣ କରି ସୁନା ଗହଣା ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲା ର ତଦନ୍ତ ପାଇଁ ଆରକ୍ଷୀ ଅଧିକ୍ଷକ ଏକ ସ୍ଵତନ୍ତ୍ର ଦଳ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ଆଠମଲ୍ଲିକ ଏସ ଡି ପି ଓ ତତ୍ତ୍ୱାବଧାନରେ ହଣ୍ଡପା ଆଇ ଆଇ ସି ଏହି ତଦନ୍ତ ଭାର ସମ୍ଭାଳି ବିଭିନ୍ନ ପ୍ରକାର ଯୋଜନା ଅନୁସରଣ କରି ପ୍ରାୟ ୯ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ମାମଲା ର ସଫଳତା ପାଇଥିଲେ। ଏହି ଏହି ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୩୦ ହଜାର ଟଙ୍କା, ଏକ ସୁଇଫ୍ଟ ଡିଜିଆର କାର, ୧୦ ହଳ କାନ ଫୁଲ, ମଙ୍ଗଳ ସୂତ୍ର, ଏକ୍ ଦେଶୀ ବନ୍ଧୁକ, ଅନେକ୍ ମାରଣାସ୍ତ୍ର ଜବତ କରିଛି ପୋଲିସ। ଅଭିଯୁକ୍ତ ମାନେ ଢେଙ୍କାନାଳର ଏକ୍ ବ୍ୟାଙ୍କ୍ ରେ କିଛି ସୁନା ନେଇ ବନ୍ଧକ ରଖିଥିବା ବେଳେ ପୋଲିସ ସେଗୁଡିକ ଜବତ କରିଥିବାର ସୂଚନା ଦେଇଛନ୍ତି। ଏହି ମାମଲା ତଦନ୍ତ ଚାଲିଥିବା ବେଳେ ଏଥିରେ ସଂଶ୍ଲିଷ୍ଟ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାରେ ପ୍ରୟାସ ଜାରି ରଖିଛନ୍ତି ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *