୪ ଜଣଙ୍କୁ ଗୁରୁତ୍ତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଆଜି ଭୋର୍ ସମୟରେ ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗ୍ରାମ ର ପ୍ରଶାନ୍ତ କୁମାର ସାହୁ, ପ୍ରଶ୍ନ କୁମାର ସାହୁ ଓ ଛେଣ୍ଡିପଦା ଥାନା ଅନ୍ତର୍ଗତ ବ୍ରାହ୍ମଣବିଲି ଗ୍ରାମର ଚୌଧୁରୀ ପ୍ରଧାନ ଓ ଅମୁଲ୍ୟ ପ୍ରଧାନ ଦୁଇଟି ପରିବାରର ୪ ଜଣ ମିଶି ଏକ ଭଡ଼ା କାର ରେ ନିଜର ସ୍ୱାସ୍ଥ୍ୟ ଦେଖାଇବା ପାଇଁ କଟକ ଯାଉଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା ଭାପୁର ପେଟ୍ରୋଲ ପମ୍ପ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ଗାଡ଼ି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଚାରିଜଣ ଗୁରୁତ୍ତର ହୋଇଯାଇ ଥିଲେ। ବହୁ ସମୟ ଧରି ରାସ୍ତା ରେ ପଡି ରହିଥିବା ବେଳେ ସେହି ରାସ୍ତା ଦେଇ ଅନୁଗୋଳକୁ ଏକ ଆମ୍ବୁଲାନ୍ସ ଆସୁଥିବା ବେଳେ ସେହି ଆମ୍ବୁଲାନ୍ସ ଯୋଗେ ଚାରି ଗୁରୁତ୍ତରଙ୍କୁ ଅନୁଗୋଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ତେବେ ସମସ୍ତଙ୍କ ଅବସ୍ତା ଗୁରୁତ୍ତର ଥିବାରୁ ପ୍ରାଥମିକ ଚିକିତ୍ସା କରି ଚାରିଜଣ ଙ୍କୁ କଟକ ଏସ ସି ବି ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
