ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟତମ ପି ଏସ ଏସ ଜେ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ଦ୍ଵିପ୍ରହରର ସମୟରେ କଲେଜ ଅଧ୍ୟକ୍ଷ
ପାର୍ଥାବୀର ନାୟକ ଙ୍କ ନେତୃତ୍ଵରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ କଲେଜ ପରିସରରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରି ଅଞ୍ଚଳର ବିଭିନ୍ନ ସ୍ଥାନ କୁ ପଦଯାତ୍ରା କରି ସଚେତନତା କରିଥିଲେ। ଶେଷରେ କଲେଜ ପରିସରରେ ଏକ ବୈଠକ ଅନୁଷ୍ଠିତ କରି ଏଡ଼୍ଙସ ର ସମ୍ଵନ୍ଧୀୟ ଆଲୋଚନା କରାଯାଇଥିଲା।
ସଭା ଅଧ୍ୟକ୍ଷତା ଭାବେ ପାର୍ଥାବୀର ନାୟକ
ଅଧ୍ୟାପିକା ଗାୟତ୍ରୀ ସାହୁ ମୁଖ୍ୟ ବକ୍ତାଭାବେ ଏଡ଼ସ ସମ୍ପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁବ ରେଡ୍ କ୍ରସ୍ ସଂଯୋଜକ ଅଧ୍ୟାପକ ମନୋଜ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ।
ଅଧ୍ୟାପକ ରାଜେଶ କୁମାର ଜେନା, ପୂର୍ଣ୍ଣନ୍ଦୁ ଭୂତିଆ, ନିରଞ୍ଜନ ମଲ୍ଲିକ, କ୍ଷୀରୋଦିନି ପାଣି, ପ୍ରିୟଦର୍ଶିନୀ ସାମଲ ଉପସ୍ଥିତ ଥିଲେ । ଅଧ୍ୟାପକ ମହେଶ୍ବର ବାରିକ ଏଡ଼ସ ସଚେତନ ମୂଳକ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ସୌରଭ ସାମଲ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ
ପି ଏସ ଏସ ଜେ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
 
            
