
ଜଗତସିଂହପୁର : ଜିଲ୍ଲା ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଜଗତସିଂହପୁର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନୁଆପୋଲ ସ୍ଥିତ ଆଶ୍ରା ବିଦ୍ୟାଳୟ ପରିସରରେ ଆନ୍ତର୍ଯ୍ୟତିୟ ଦିବ୍ୟଙ୍ଗ ଦିବସ ପାଳିତ ହୋଇ ଯାଇଛି।ଏହି ଅବସରରେ ସକାଳୁ ଦିବ୍ୟଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା କରି ବିଦ୍ୟାଳୟ ପରିସରରେ ପହଞ୍ଚି ଥିଲା।ଆଶ୍ରା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଜେ,ସୋନାଲ |

ଅର୍ଚ୍ଚନା ସିଂ,ଦିଲୀପ ଜେନା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭା ଶୁଭାରମ୍ଭ କରିଥିଲେ।ମୁଖ୍ୟ ବକ୍ତା ଭାବରେ ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ , ଆଶ୍ରା ସଭାପତି ଶିଶିର କୁମାର ଦାସ,ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ,ବିଦ୍ୟାଳୟ ର ଅଧକ୍ଷ ମାନସ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ସେମାନଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ଭିନ୍ନକ୍ଷମ ବିବାହ ପ୍ରଶ୍ଚୋହନ ରାଶି ଦୁଇ ଲକ୍ଷ ପଚାଶ ହଜାର ଲେଖାଁଏ ପାଞ୍ଚ ଜଣଙ୍କୁ ପ୍ରଦାନ କରାଯାଇଥିଲା।ଶେଷରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ l
