• Thu. Apr 16th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କଲ୍ୟାଣ ମଣ୍ଡପ ନିର୍ମାଣ କରିବା ନିମନ୍ତେ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ପଞ୍ଚାୟତ ପ୍ରତିନିଧି

Bymamatanews

Dec 3, 2024
Spread the love


ଜଗତସିଂହପୁର ପଞ୍ଚାୟତ ସମିତି ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ ରେ ଦୀର୍ଘ ଦିନ ହେବ କଲ୍ୟାଣ ମଣ୍ଡପ ନିର୍ମାଣ ଲାଗି ଦ୍ଵନ୍ଦ ଉପୁଜିଛି | ମୁଦୁପୁର ପଞ୍ଚାୟତ ହେଡ଼ କ୍ଯୁଟର ରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ଦୁଇଟି ୱାର୍ଡ ର ୱାର୍ଡ ମେମ୍ବର ଦାବି କରୁଥିବା ବେଳେ ପଞ୍ଚାୟତ ର ମଧ୍ୟ୍ୟ ଭାଗ ସିଦ୍ଧଳ ଠାରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା କୁ 12 ରୁ ଉର୍ଦ୍ଧ ୱାର୍ଡ ସଭ୍ୟ, ସଭ୍ୟା, ସରପଞ୍ଚ ଏବଂ ସମୂହ ଗ୍ରାମବାସୀ ଦୀର୍ଘ ଦିନ ହେବ ଦାବି କରିଛନ୍ତି | ଏହି ବିବାଦୀୟ ଘଟଣା ର ଅବସାନ ନିମନ୍ତେ ବି ଡି ଓ ନିରପେକ୍ଷ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ଦାସ ନେତୃତ୍ୱ ରେ ନ୍ୟାୟବ ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟା ଏବଂ ପଞ୍ଚାୟତ ର ମାନ୍ୟଗଣ୍ୟ ବ୍ୟକ୍ତି ବିଡ଼ିଓ ଆଶୁତୋଷ ମିଶ୍ର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *