• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାଇକ ଓ ପିକଅପ ଧକ୍କାରେ ବାଇକ ଚାଳକ ମୃତ୍ୟୁ

Bymamatanews

Dec 3, 2024
Spread the love

୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ପରିବାର ଲୋକେ

କଳାହାଣ୍ଡି ଜିଲ୍ଲା ସଦର ବ୍ଲକ କର୍ଲାପଡା ଫାଣ୍ଡି ଅଧୀନରେ ଥିବା ତୁରକେଲ ବ୍ରିଜ ନିକଟରେ ରବିବାର ଅପରାହ୍ନ ୬ଘଣ୍ଟା ସମୟରେ ଦୀପ ଜ୍ୟୋତି କ୍ରିଷ୍ଣା ପଟେଲ ବୟସ( ୩୫)ପିତା ନବୀନ ପଟେଲ ସେନପୁର ଠାରେ ଥିବା ଚପଲ ଦୋକାନ ବନ୍ଦ କରି ନିଜ ଘରକୁ ଫେରୁ ଥିବା ସମୟରେ ତୁରକେଲ ବ୍ରିଜ ଠାରେ ପିକଅପ ରଙ୍ଗ ସାଇଡ ଆସି ତାଙ୍କୁ ଧକା ଦେଇଥିଲା ଯାହା ଫଳରେ ବାଇକ ଚାଳକ ତୁରକେଲ ବ୍ରିଜ ରୁ ପଚାଶ ରୁ ଷାଠିଏ ଫୁଟ ତଳକୁ ଖସିପଡି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ କୁ ନେଇ ଥିବାବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରି ଥିଲେ,
ସୋମବାର ସକାଳ ୯ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିବା ଦୀପଜ୍ୟୋତି କ୍ରିଷ୍ଣା ପଟେଲଙ୍କୁର ପରିବାର ଲୋକେ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଏବଂ ୪୦ ଲକ୍ଷ ଦାବିକରିଥିବା ସହ ପିକପ ଡ୍ରାଇଭର କୁ ଜେଳ ପଠାଇବାକୁ ଦାବି କରିଛନ୍ତି ଘଟଣା ସ୍ଥଳରେ କର୍ଲାପଡା ଫାଣ୍ଡି ପୋଲିସ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ସହ ସହ ସଂଖ୍ୟାରେ ଯାନବାହାନ ଅଟକିଥିବା ଦେଖିବାକୁ ମିଳିଛି.
କଳାହାଣ୍ଡି ଜିଲ୍ଲା ରୁ ନାରାୟଣ ପ୍ରସାଦ ନାୟକ ଙ୍କରିପୋଟ

Leave a Reply

Your email address will not be published. Required fields are marked *