• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଖଲିସ୍ଥାନ ଆତଙ୍କବାଦୀର ଭୁବନେଶ୍ବରକୁ ଧମକ

Bymamatanews

Dec 6, 2024
Spread the love

ରାଜ୍ୟବାସୀଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା ହେଉ: ବିଜେଡି

ଓଡିଶାବାସୀ ଶାନ୍ତିପ୍ରିୟ ଓ ଶାନ୍ତ ବାତାବରଣକୁ ପସନ୍ଦ କରନ୍ତି

ଆତଙ୍କବାଦ ଧମକ ଓଡିଶା ପାଇଁ ବିରଳ ଘଟଣା

ଧମକକୁ ହାଲୁକା ଭାବେ ନିଆଯାଇ ନପାରେ ଧମକ ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ
ଓଡ଼ିଶାରେ ପୋଲିସ ମହାନିର୍ଦ୍ଦେଶକ ମାନଙ୍କ ବୈଠକ ଭୁବନେଶ୍ବରଠାରେ
ହେବା ସମୟରେ ପ୍ରଧାନମନ୍ତ୍ର ମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଭଳି ଦେଶର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିବା ବେଳେ ଆତଙ୍କବାଦ ଧମକ ଆସିବା ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟ ପାଇଁ ଏକ ବିରଳ ଘଟଣା ମନ୍ଦିର ସହରକୁ ଟେରର ସହରରେ ପରିଣତ କରିବା ପାଇଁ ଖଲିସ୍ଥାନ ଆତଙ୍କବାଦୀ ବାଦୀ ପନ୍ତୁ ଧମକ ଦେଇଥିଲା I ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟଭାବେ ପରିଚୟ ଥିବା ବେଳେ ଓଡ଼ିଶାର ଜନ ସାଧାରଣ ମଧ୍ୟ ଶାନ୍ତ ବାତ୍ତାବରଣକୁ ପସନ୍ଦ କରି କରିଥାନ୍ତି। ଏହି ଧମକ ଓଡ଼ିଶାର ଜନ ସାଧାରଣଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଯଦିଓ, ଏହି ଧମକ ଭିଆଇପି ମାନଙ୍କ ଭୁବନେଶ୍ବରରେ ଉପସ୍ଥିତିକୁ ଲକ୍ଷ ଲକ୍ଷ୍ୟ କୁହାଯାଇଛି ବୋଲି ବିଶ୍ବାସ କରା ଯାଉଛି, ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ ବୋଲି ବିଜୁ ଜନ ଜନତା ଦଳ ତରଫରୁ । ଏକ ପ୍ରେସ ବାର୍ତ୍ତାରେ କୁହାଯାଇଛି।
ବିଜେଡି ମୁଖପାତ୍ର ତ‌ଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଏକ ପ୍ରେସ ବାର୍ତ୍ତାରେ କହିଛନ୍ତି, ରାଜ୍ୟରେ ଆତଙ୍କବାଦ ଧମକ ଘଟଣାକୁ ଗୁରୁତ୍ବ ଦେଇ ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକ‌ତା ରହିଛି। କାରଣ, ଭୁବନେଶ୍ବର ରାଜ୍ୟର ରାଜଧାନୀ ହୋଇଥିବା ବେଳେ, ପୁରୀ ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ, ଏହି ଧମକ ଆଗକୁ ପର୍ଯ୍ୟଟକ ମାନଙ୍କ ଆଗମନ ପାଇଁ କଣ୍ଟା ହୋଇପାରେ । ରାଜ୍ୟ ସରକାର ଏହାକୁ ଗୁରୁତର ସହିତ ନେଇ ଏହି ଧମକର ପୃଷ୍ଠଭୂମି ଉପରେ, ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ, ଏକ ସ୍ବତନ୍ତ୍ର ଅନୁସନ୍ଧାନ ଟିମ ଗଠନ କରିବାର ଆବଶ୍ୟକ‌ତା ରହିଛି। ଏହି ପରିପ୍ରେକ୍ଷୀରେ, ଏହି ଧମକ ବିଷୟରେ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ ଟିମ ଦ୍ବାରା ତଦନ୍ତ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି ବୋଲି ଡଃ ମହାନ୍ତି କହିଛନ୍ତି।

Leave a Reply

Your email address will not be published. Required fields are marked *