• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପୋଲାଭରମ ପ୍ରସଙ୍ଗକୁ ନେଇ ବିଜେଡି ପ୍ରତିନିଧି ମଣ୍ଡଳୀ ଦିଲ୍ଲୀରେ

Bymamatanews

Dec 6, 2024
Spread the love

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲଙ୍କୁ ଭେଟି ଓଡ଼ିଶାର ଦାବି ରଖିଲେ

ପୋଲାଭରମ ପ୍ରକଳ୍ପର ପଛୁଆ ପାଣିରେ ମାଲକାନଗିରିର ୨୦୦ରୁ ଊର୍ଦ୍ଧ୍ବ ଗ୍ରାମ ଜଳମଗ୍ନ ହେବ

ଏକତରଫା ଭାବେ ପ୍ରକଳ୍ପର କ୍ଷମତା ୩୬ ଲକ୍ଷରୁ ୫୦ ଲକ୍ଷ କ୍ୟୁସେକ ଜଳକୁ ବୃଦ୍ଧି କରାଯାଇଛି

ପଛୁଆ ପାଣିର ମାଲକାନଗିରି ଜିଲ୍ଲା ଉପରେ ପ୍ରଭାବର ସବିଶେଷ ରେ ଆକଳନ କରାଯାଉ

ଭୁବନେଶ୍ବର : ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଓ ବିଜେଡି ରାଜ୍ୟସଭା ସଦସ୍ୟ ମାନଙ୍କ ସହିତ ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି ଆର ପାଟିଲଙ୍କୁ ତାଙ୍କ ଦିଲ୍ଲୀ କାର୍ଯ୍ୟାଳୟରେ ଭେଟି ପୋଲାଭରମ ପ୍ରକଳ୍ପ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ହେବାକୁ ଥିବା କ୍ଷୟକ୍ଷତି ବିଷୟରେ ଅବଗତ କରିବା ସହିତ ଏଥିପାଇଁ ବିହିତ ପଦକ୍ଷେପ ନେବା ପାଇଁ କହିଥିଲେ। ବିଜେଡି ତରଫରୁ ଶ୍ରୀ ପାଟିଲଙ୍କୁ ପ୍ରଦାନ କରାଯାଇଥିବା ଏକ ଦାବିପତ୍ରରେ କୁହାଯାଇଛି, ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗ୍ରାମ ଜଳମଗ୍ନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପ୍ରକଳ୍ପ ଆରମ୍ଭ ପରେ ଏହାର କ୍ଷମତା ୩୬ ଲକ୍ଷ କ୍ୟୁସେକ୍ ଥିଲା। ପରବର୍ତ୍ତୀ ସମୟରେ ଏକତରଫା ଭାବେ, ଏହି ଏହାର କ୍ଷମତାକୁ ୮୦ ଲକ୍ଷ କ୍ୟୁସେକକୁ ବଢ଼ାଇ ଦିଆଯାଇଥିଲା। ପ୍ରକଳ୍ପର କ୍ଷମତା ବଢ଼ାଇ ଦିଆଯିବା ପରେ ପ୍ରକଳ୍ପର ପଛୁଆ ପାଣି ଓଡିଶାର ମାଲକାନଗିରି ଜିଲ୍ଲା ଉପରେ କ’ଣ ପ୍ରଭାବ ପଡିବ ତାହାର ଆକଳନ କରାଯାଇ ନଥିଲା। ତେଣୁ ୨୦୦୭ ମସିହାରେ ରାଜ୍ୟ ସରକାର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ପରେ ୨୦୨୨ରେ ସର୍ବୋଚ୍ଚନ୍ୟାୟାଳୟ ଏହା ଉପରେ ମନ୍ତବ୍ୟ ରଖି ପ୍ରକଳ୍ପର କ୍ଷମତା ବୃଦ୍ଧି ପରେ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏହାର ପ୍ରଭାବ ଆକଳନ କରିବାର ଆବଶ୍ୟକ‌ତା ରହିଛି ବୋଲି ମତ ଦେଇ ଥିଲେ । ଏହାପରେ ମଧ୍ୟ ଏହି ବନ୍ଧିତ କ୍ଷମତାରେ ପ୍ରକଳ୍ପ ହେଲେ, ପ୍ରକଳ୍ପର ବ୍ୟାକୱାଟର ବି ପଛୁଆ ପାଣି କେଉଁ କେଉଁ ଅଞ୍ଚଳକୁ ଜଳମଗ୍ନ କରିବ, ତାହାର ଆକଳନ କରାଯାଇନାହିଁ । ଆଇଆଇଟି ଦୁର୍କୀ ଦ୍ବାରା କରାଯାଇଥିବା ଏକ ଆକଳନରୁ ଜଣାପଡିଛି, ବନ୍ଧିତ କ୍ଷମତା ୫୮ ଲକ୍ଷ କ୍ୟୁସେକ ଜଳ ଉଚ୍ଚତା ୨୩୨.୨ ମିଟର ହେବ ବୋଲି ଆକଳନ କରାଯାଇଛି। ହେଲେ ପଛୁଆ ପାଣିର ବିଜେଡି ତରଫରୁ ଦିଆଯାଇଥିବା ଦାବିପତ୍ରରେ କୁହାଯାଇଛି, ଏହି ପ୍ରକଳ୍ପକୁ ପୁରା କରିବା ପାଇଁ କେନ୍ଦ୍ର ବଜେଟରେ ୧୫ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଥିଲା । ଏହି ଅନୁଦାନ ଘୋଷଣା ପରେ ମାଲକାନଗିରି ଜିଲ୍ଲାର ବାସିନ୍ଦା ମାନଙ୍କ ମଧ୍ୟରେ ନାନା ଆଶଙ୍କା ଦେଖାଯାଇଥିଲା। ମାଲକାନଗିରି ଜିଲ୍ଲାର ବାସିନ୍ଦାଙ୍କ ଆଶଙ୍କାକୁ ସମ୍ମାନ ଜଣାଇ ବିଜେଡିର ସଭାପତି ପ୍ରଥମେ ମାଲକାନଗିରି ଓ ପରେ ପ୍ରକଳ୍ପ ଅଞ୍ଚଳକୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇଥିଲେ। ପ୍ରକଳ୍ପ ଅଞ୍ଚଳରେ କାମ ଆରମ୍ଭ କରିବା ପାଇଁ ତତ୍ପରତା ଦେଖିବାକୁ ମିଳିଥିଲା। କିନ୍ତୁ ଏହାର ପ୍ରଭାବ କେଉଁ କେଉଁ ଅଞ୍ଚଳ ଉପରେ ପଡିବ ତାହା କେବଳ ସିଡବ୍ଲୁସିର ଅଧିକାରୀମାନେ କ‌ହିପାରିବେ ବୋଲି ସେଠାକାର ଅଧିକାରୀମାନେ କହିଥିଲେ। ବିଶେଷଜ୍ଞ ମାନଙ୍କ ସହ ଆଲୋଚନରୁ ଜଣାପଡିଛି, ଏହି ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଓ ପଡ଼ିଆ ଅଞ୍ଚଳର ପ୍ରାୟ ୨୦୦ରୁ ଗ୍ରାମ ଜଳମଗ୍ନ ହେବ ।ଏହି ପ୍ରକଳ୍ପର ପଛୁଆ ପାଣି ଛୁଆ ପାଣି କେଉଁ କେଉଁ ଅଞ୍ଚଳକୁ ପ୍ରଭାବିତ କରିବ ଓ ମାଲକାନଗିରି ଜିଲ୍ଲାର ଆଦିବାସୀ ମାନଙ୍କ ଜୀବନ ଜୀବିକା ଉପରେ ଏହାର କ’ଣ ପ୍ରଭାବ ପଡିବ, ତାହାର ଏକ ସବିଶେଷ ଆକଳନ କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଥିଲା। ତାଛଡା, ଏହି ପ୍ରକଳ୍ପରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଜନ ଶୁଣାଣି କେବେ ହୋଇନଥିବାରୁ, ଏହା ମଧ୍ୟ ତୁରନ୍ତ କରାଯାଉ ବୋଲି ବିଜେଡି ତରଫରୁ ଦାବି କରାଯାଇଛି।ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ଦଳର ସମନ୍ବୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ଶ୍ରୀ ଶ୍ରୀ ମାନସ ମଙ୍ଗରାଜ, ଶ୍ରୀ ଦେବାଶିଷ ସାମନ୍ତରାୟ, ଶ୍ରୀ ମୁଜିବୁଲା ଖାନ, ଶ୍ରୀମତୀ ସୁଲତା ଦେଓ, ଶ୍ରୀ ସୁବାଶିଷ ଖୁଣ୍ଟିଆ, ଶ୍ରୀ ନିରଞ୍ଜନ ବିଶି, ଶ୍ରୀ ରମେଶ ମାଝୀ, ଶ୍ରୀ ପ୍ରଦୀପ ମାଝୀ, ଶ୍ରୀ ମନୋହର ରନ୍ଧାରୀ, ଶ୍ରୀ ମାନସ ମାଡକାମୀ, ଡଃ ପ୍ରିୟବ୍ରତ ମାଝୀ, ଶ୍ରୀ ଭୃଗୁ ବକ୍ସିପାତ୍ର ଇତ୍ୟାଦି ସାମିଲ ଥିଲେ।

Leave a Reply

Your email address will not be published. Required fields are marked *