• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାଲକୋ ସିପିପି ର ପ୍ରଶାସନିକ ସ୍ତରରେ ଏନ.ଏସ.ସି.ୟୁ କୁ ସ୍ଵୀକୃତି ପତ୍ର ପ୍ରଦାନ

Bymamatanews

Dec 7, 2024
Spread the love

ନାଲକୋ ଭଳି ଏକ ନବରତ୍ନ ଉଦ୍ୟୋଗ ର ସିପିପି କାରଖାନା ରେ କର୍ମଚାରୀ ମାନଙ୍କର ଯେଉଁ ସଂଗଠନ ଗୁଡିକ ରହିଛି ସେମାନଙ୍କ ମଧ୍ୟରେ ହୋଇଥିବା ସ୍ଵୀକୃତି ପ୍ରାପ୍ତ ନିର୍ବାଚନ ଗତ ଅକ୍ଟୋବର ୪ ତାରିଖ ରେ ସଂଗଠିତ ହୋଇଥିଲା। ଯେଉଁଥିରେ ନାଲକୋ ଶ୍ରମିକ କଂଗ୍ରେସ୍ ୟୁନିୟନ୍ ଷଷ୍ଠ ଥର ପାଇଁ ବିଜୟ ଲାଭ କରିଥିଲା । ସିପିପି କାରଖାନା ରେ ଶ୍ରମିକ ମାନଙ୍କ ମଧ୍ୟରେ ହୋଇଥିବା ମୋଟ ଆଠ ଥର ରେ କେବଳ ନାଲକୋ ଶ୍ରମିକ କଂଗ୍ରେସ୍ ୟୁନିୟନ୍ ଛଅ ଥର ବିଜୟ ଲାଭ କରିଛି । ଆଜି ପୂର୍ବାହ୍ନ ରେ ନାଲକୋ ସିପିପି କାରଖାନା ର ପ୍ରଶାସନିକ ବିଲ୍ଡି ସମ୍ମୁଖରେ ଏକ ଭବ୍ୟ ସଭା ରେ ନାଲକୋ ପ୍ରଶାସନ ପକ୍ଷରୁ ନାଲକୋ ଶ୍ରମିକ କଂଗ୍ରେସ୍ ୟୁନିୟନ୍ କୁ ସିକୃତୀ ପତ୍ର ପ୍ରଦାନ କରାଗଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ସିପିପି ର ଜିଜିଏମ ଅମରେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଶୁଭେନ୍ଦୁ ନାୟକ, ସତ୍ୟବାଦି ମିଶ୍ର,ବିଭବ ଜେନା,ସନ୍ତୋଷ କୁମାର ରାଉତ, ପ୍ରସନ୍ନ ସାହୁ, ହେମନ୍ତ କୁମାର ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ। ଯେଉଁଥିରେ ଏନ.ଏସ.ସି.ୟୁ ସିକୃତି ପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *