ଅନୁଗୁଳ (୭/୧୨/୨୦୨୪) : ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ରେ ଓଡିଶା ପାଇଁ ଆଠ ଟି କେନ୍ଦ୍ରୀୟ ବିଦ୍ୟାଳୟ ମଞ୍ଜୁରୀ କରାଯାଇଛି ସେଥିମଧ୍ୟରୁ ଅନୁଗୁଳ ଜିଲ୍ଲା ର ଆଠମଲ୍ଲିକ ଓ ତାଳଚେର ସ୍ଥାନ ପାଇଛି।

କେନ୍ଦ୍ରୀୟ ବିଦ୍ୟାଳୟ ଅନୁଗୁଳ ଜିଲ୍ଲା ର ତାଳଚେର ଏବଂ ଆଠମଲ୍ଲିକ ରେ ସ୍ଥାପନ ହେବା ନେଇ ସମଗ୍ର ଜିଲ୍ଲାରେ ଖୁସିର ମାହୋଲ ଖେଳି ଯାଇଛି।

ଅନୁଗୁଳ ଜିଲ୍ଲାରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ନେଇ ଦଳ ମତ ନିର୍ବିଶେଷରେ ସମଗ୍ର ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି.,ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ପାଲଲହଡା ବିଧାୟକ ଅଶୋକ ମହାନ୍ତି, ,ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଏନଏସ ଆଇ ସି ଡାଇରେକ୍ଟର କାଳନ୍ଦି ସାମଲ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟକର୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃତଜ୍ଞତା ଜଣାଇଛନ୍ତି।
