• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାଇକ୍ ପଛରେ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ

Bymamatanews

Dec 10, 2024
Spread the love

ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ।

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ର ଗୋତମରା ଗ୍ରାମ ର ୧୪୯ ନମ୍ବର ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ,ଢେଙ୍କାନାଳ ଜିଲ୍ଲା ଗିରିଧରପ୍ରସାଦ ଗ୍ରାମର ମଙ୍ଗଳପୁର ସାହି ର ପ୍ରତାପ ରାଉତ ଙ୍କ ୨୬ ବର୍ଷୀୟ ପୁଅ ପ୍ରଦୀପ ରାଉତ କୌଣସି କାମରେ ତାଳଚେର ଆସି ଘରକୁ ଫେରୁଥିଲେ।

ଗୋତମରା ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି କେନାଲ ନିକଟସ୍ଥ ୧୪୯ ନମ୍ବର ଜାତୀୟ ରାଜପଥ ଠାରେ ଏକ ଟ୍ରକ ମୋଟରସାଇକେଲ ପଛପଟୁ ଧକ୍କା ଦେଇ ପ୍ରାୟ ୨୦ ମିଟର ଘୋଷାଡି ନେଇଥିଲା। ମୋଟର ସାଇକେଲ ଆରୋହୀ ଯୁବକ ପ୍ରଦୀପ ରାଉତଙ୍କ ମୁଣ୍ଡରେ ଟ୍ରକ ଚଢ଼ି ଯାଇଥିଲା।

ଘଟଣା ସ୍ଥଳରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଘରଣା ସ୍ଥଳରୁ ପଳାଇ ଯାଇଥିଲେ। ଖବର ପାଇ ବଅଁରପାଳ ପୁଲିସ ଘଟଣା ସ୍ଥଳକୁ ଆସି ଟ୍ରକ୍ ଜବତ କରିଛି। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ କ୍ଷତିପୂରଣ, ରାସ୍ତାରେ ବେପରୁଆ ଗାଡି ଚାଳନା ଓ ବେଆଇନ ଗାଡି ପାର୍କିଂ ବନ୍ଦ କରିବା ପାଇଁ ଦାବୀ କରି ରାସ୍ତା ରୋକ କରିଛନ୍ତି।

Leave a Reply

Your email address will not be published. Required fields are marked *