• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମାରଣାସ୍ତ୍ର ଦେଖାଇ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ

Bymamatanews

Dec 14, 2024
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ମହିଳା କର୍ମଚାରୀଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟ ଅଭିଯୋଗ ହୋଇଛି ଥାନାରେ। ଲୁଟ ର ଶିକାର ହୋଇଥିବା ମହିଳା କର୍ମଚାରୀ ଜଣଙ୍କ ହେଲେ ଆରୋନ ଫାଇନାନ୍ସ ର ପିଙ୍କି ନାଏକ। ଅଭିଯୋଗକାରୀଙ୍କ ସୂଚନା ମୁତାବକ ବୁଧୁବାର ଦିନ ଗଡସନ୍ତ୍ରୀ ପଞ୍ଚାୟତ ରେ ଫାଇନାନ୍ସ କିସ୍ତି ସଂଗ୍ରହ କରିଥିଲେ। ସନ୍ଧ୍ୟା ୭.୩୦ ମିନିଟ ସମୟରେ ଗଡସନ୍ତ୍ରୀ ପଞ୍ଚାୟତ ର ଭାଗବତପୂର୍ ଛକରେ କିସ୍ତି ସଂଗ୍ରହ କରି ସ୍କୁଟି ଗାଡିରେ ଫେରୁଥିବାବେଳେ ନରେନ୍ଦ୍ରପୁର ଛକରେ ପଛ ପାଖରୁ ଦୁଇ ଯୁବକ ଏକ ନାଲି ବାଇକ ରେ ଆସି ସ୍କୁଟି ଗାଡିକୁ ଧକ୍କା ଦେଇଥିଲା। ମହିଳା କର୍ମଚାରୀ ତଳେ ପଡିଯିବା ପରେ ଦୁଇ ଯୁବକ ମଧ୍ୟରୁ ଏକ ଯୁବକ ମାରଣାସ୍ତ୍ର ଦେଖାଇ ୭୮ ହଜାର ଟଙ୍କା, ମୋବାଇଲ ଓ ସ୍କୁଟି ଗାଡିକୁ ଲୁଟ କରି ଫେରାର୍ ହୋଇଯାଇଥିଲେ। ମହିଳା କର୍ମଚାରୀ ଓ ଫାଇନାନ୍ସ ସଂସ୍ଥା ର ମ୍ୟାନେଜର ଥାନାକୁ ଆସି ଲିଖିତ ଅଭିଯୋଗ ପରେ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *