୮୫ ହଜାର ଟଙ୍କାରେ ବିସ୍ଥାପିତ ହେବାପାଇଁ ନିର୍ଧାରିତ କଲେ ଜିଲ୍ଲାପାଳ
ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କୁକୁଡୁଲା ମୁଣ୍ଡା ସାହି ବାସିନ୍ଦା
ଅନୁଗୋଳ ଜିଲ୍ଲା ତାଳଚେର କୁକୁଡ଼ୁଲା ମୁଣ୍ଡା ସାହି ବାସିନ୍ଦା ଆଜି ଜିଲ୍ଲପାଳ ଙ୍କୁ ଥଇଥାନ ନିମନ୍ତେ ଅଭିଯୋଗ କରିଛନ୍ତି। ସୂଚନା ଯେ, କେଉଁ ଅମଳରୁ ତଥା ଥର୍ମାଲ୍ ପ୍ଲାଣ୍ଟ ତିଆରି ସମୟରୁ ସେହି ସ୍ଥାନରେ ଘର କରି ରହି ଆସୁଛନ୍ତି। ସେଠାରେ ବସ୍ତି ବାସିନ୍ଦାଙ୍କ ଭବିଷ୍ୟତ ଉଜ୍ୱଳ ପାଇଁ ପୂର୍ବ ସରକାରଙ୍କ ସମୟରେ ଅଙ୍ଗନବାଡ଼ି, ସ୍କୁଲ,ସ୍ୱାସ୍ଥ୍ୟ ଓ ରାସନ କାର୍ଡ ପ୍ରଦାନ କରିଥିଲେ। କିନ୍ତୁ ଏବେ ବାସିନ୍ଦାଙ୍କ ସୁଖସମୃଦ୍ଧି ଅନ୍ଧାରମୟ ହେବାରେ ଲାଗିଛି। ଥର୍ମାଲ୍ କାରଖାନା ଯେଉଁ ମଳିମୁଣ୍ଡିଆ ପ୍ରତିଷ୍ଠା ପାଇଁ ଅଂଶବିଶେଷ ଥିଲେ ସେମାନଙ୍କୁ ଆଜି ତାରିଖରେ ସେମାନଙ୍କ ଭବିଷ୍ୟତ ତଥା ତାଙ୍କ ପିଲା ଛୁଆଙ୍କ ଭବିଷ୍ୟତ ଅନ୍ଧାରରେ ଠେଲି ହେବାକୁ ଯାଉଛି ବୋଲି ଲୁହରେ ଭିଜାଇ ଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ।
କିଛି କିଛି ଦିନ ହେଲା ପ୍ରସାଶନ ଯାଇ ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ଉଚ୍ଛେଦ କରିବା ପାଇଁ ଏକ ନୋଟିସ ଜାରି କରିଛନ୍ତି । ଯାହାକୁ ଦେଖି ବସ୍ତିବାସିନ୍ଦା ଚିନ୍ତାରେ ପଡ଼ିଥିଲେ । ଜାଗା ବାବଦ କୁ ପ୍ରଶାସନ ଯେତିକି ଅନୁକମ୍ପା ଦେଉଛି, ସେତିକି ରେ ଜାଗା ଖଣ୍ଡେ ବି କିଣି ହେବ ନାହିଁ ବୋଲି କହୁଛନ୍ତି ବସ୍ତିବାସିନ୍ଦା। ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇ ଥଇଥାନ ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ଥଇଥାନ କରିପାରିବେ ନାହିଁ ବୋଲି କହିଛନ୍ତି ବସ୍ତିବାସିନ୍ଦା ।
