• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୬୯ତମ ରାଜ୍ଯ ପୋଲିସ ମିଟ ଉଦ୍ଘାଟିତ

Bymamatanews

Dec 14, 2024
Spread the love

କଟକ ଭୁବନେଶ୍ଵର କମିଶନରେଟ ଆୟୋଜନରେ ଆଜି ବକ୍ସିବଜାର ସ୍ଥିତ ପୋଲିସ ପଡିଆରେ ୬୯ତମ ରାଜ୍ୟ ବୃତଗତ ପ୍ରତିଯୋଗୀତା ଆରମ୍ଭ ହୋଇଛି।

ଦିର୍ଘ ୪ବର୍ଷ ପରେ ବକ୍ସିବଜାର ପୋଲିସ ପଡିଆ ଠାରେ ଆୟୋଜନ କରାଯାଇଛି । ରାଜ୍ଯର ୩୧୭ ଜଣ ପ୍ରତିଯୋଗି ଏହି ପ୍ରତିଯୋଗୀତାରେ ଭାଗ ନେଇଛନ୍ତି। ୧୮ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜି ରାଜ୍ଯ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯିଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରି ନିଜର ଉଦବୋଧନ ରେ ରାଜ୍ଯରେ ଆଇନ ଶୃଙ୍ଖଳା ସୁରକ୍ଷା ଏବଂ ଅପରାଧିକ ମାନଙ୍କୁ ଦଣ୍ଡ ଦେବା ଦାୟିତ୍ଵ ଓ କର୍ତ୍ତବ୍ଯ, ସେହିଭଳି ବର୍ତ୍ତମାନ ରାଜ୍ଯରେ ମାଓବାଦି ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଦମନ କରାଯାଇଛି, ସାଇବର କ୍ରାଇମ, ମାନବଚାଳନ ,ନିଶା ଖୋର ମାନଙ୍କୁ ଦମନ କରାଯାଇଛି, ପ୍ରାରମ୍ଭରେ ଏଡିଜୀ କ୍ରାଇମ ବିନୋତସ ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ। ସଫିନ ଅହମଦ ପ୍ରତିଯୋଗିତା ମାନଙ୍କୁ ସପଥ ପାଠ କରାଇଥିଲେ। ଆସନ୍ତା 16 ତାରିଖ ମଙ୍ଗଳବାର ଦିନ ଏହି ପ୍ରତିଯୋଗୀତା ଉଦଯାପନୀ ହେବ। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି।

Leave a Reply

Your email address will not be published. Required fields are marked *