କଟକ ମିସନ୍ ରୋଡ ସ୍ଥିତ ସର୍ବ ପୁରାତନ ଇଂରାଜୀ ମାଧ୍ୟମ ସ୍କୁଲ ଠାରେ ଷ୍ଟୁଆର୍ଟ୍ କ୍ରିକେଟ ଏକାଡେମୀ ବାଳିକା ଉଦ୍ଘାଟିତ ହୋଇଯାଇଛି। ଏହାକୁ ଆନ୍ତର୍ଜାତୀକ ପ୍ରlକତନ ଖେଳାଳି ନରେନ୍ଦ୍ର ହିରୱାନି ତଥା ମହିଳା କ୍ରିକେଟ ଖେଳାଳି ସ୍ଵାଗତିକା ରଥ ଅତିଥି ଭାବେ ଯୋଗଦେଇ ଏକାଡେମୀ କୁ ଉଦ୍ଘାଟନ କରିଥିଲେ। ତୃଣମୂଳ ସ୍ତରରୁ ଖେଳାଳି ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ତାଲିମ୍ ପ୍ରଦାନ କରିଲେ ସେହି ଖେଳାଳି ମାନେ ଭବିଷ୍ୟତରେ ଜଣେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କ୍ରିକେଟ ଖେଳାଳି ହୋଇପାରିବେ ବୋଲି କହିଛନ୍ତି। ,ଷ୍ଟୁଆର୍ଟ୍ ସ୍କୁଲ ଏଭଳି ଏକ ଏକାଡେମୀ ସ୍ଥାପନ କରିବା ଦ୍ଵାରା ଏହା ନିଶ୍ଚୟ ଭାବରେ ଖୁବ୍
ସୁନ୍ଦର ପଦକ୍ଷେପ ବୋଲି ପ୍ରସଂଶା କରିଥିଲେ। ଏହି ସ୍କୁଲର ପ୍ରିନ୍ସିପାଲ ଡି ମାର୍ଟିନl ଧନ୍ୟବାଦ ଅର୍ପଣ କରିଛନ୍ତି।
