ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅରୁଣାଭ ସିଂହଙ୍କ ନେତୃତ୍ୱରେ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କର୍ମଶାଳାରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ରାଜ୍ୟ ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ଶ୍ରୀ ଦୀପକ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଅନୁଗୋଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଅନୁଗୋଳ ବ୍ଲକ ସଭାପତି ଦୁର୍ଯୋଧନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ୪୨ ଗୋଟି ପଞ୍ଚାୟତର ପ୍ରମୁଖ ଡିଜିଟାଲ ସଦସ୍ୟତା କର୍ମକର୍ତ୍ତା ଉପସ୍ଥିତ ଥିଲେ।
