ଅଜଣା ଗାଡି ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତ୍ତର
ଦୁର୍ଘଟଣା କୁ ନେଇ ୫୫ନମ୍ବର ଜାତୀୟ ରାଜପଥ ଘଟଣାସ୍ଥଳରେ ଉତ୍ତେଜନା

ସବୁଦିନିଆ କମ୍ପାନୀ ଡ୍ୟୁଟିକୁ ଯାଉଥିବା ବେଳେ ଟ୍ରକ ଚକା ତଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତ୍ତର ଭାବେ ଆହତ ହୋଇଛି । ଅନୁଗୋଳ ଟାଉନ ଥାନା ଅଧୀନସ୍ଥ ତୁରଙ୍ଗ ସ୍ଥିତ ପ୍ରଶାନ୍ତି ହୋଟେଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିକ୍ରମ ରାଉତରାୟ। ତାଙ୍କ ଘର ଜଗସିଂପୁର ଜିଲା ରେ ବୋଲି ଜଣା ପଡିଛି। ଆହତ ଜଣକ ହେଲେ କରଣବିର ଗୋପୀ। ଉଭୟ JSPL କମ୍ପାନୀ ରେ ଡିୟୁଟି ପାଇଁ ଯାଉଥିବା ବେଳେ ରାଜପଥ ଅତିକ୍ରମ କରୁଥିଲେ। ଯେଉଁ ସମୟରେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ବିକ୍ରମ ଙ୍କର ଘଟଣା ସ୍ଥଳ ହିଁ ମୃତ୍ୟୁ ଘଟି ଥିବା ବେଳେ କରଣ ଗୁରୁତ୍ତର ହୋଇଛନ୍ତି। ଘଟଣା କୁ ନେଇ ଉତ୍ତେଜନା ଲାଗି ରହିଛି । ଲୋକେ ୫୫ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଗାଡି ଚଳାଚଳ ବନ୍ଦ ରହିଛି।
