ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ସାମଲ କେୟାର ହସ୍ପିଟାଲ କୁ ଏକ ମାସ ତଳେ ଚିକିତ୍ସା ପାଇଁ ଆସି ଜଣେ ବୃଦ୍ଧ ନିଖୋଜ ହୋଇଥିବା ନେଇ ବଅଁରପାଳ ଥାନାରେ ଅଭିଯୋଗ ହୋଇଥିଲା ।ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା କୁର୍ଲୀ ଗାଁ ରୁ ୨୫ ଜଣ ରୋଗୀ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମାଗଣା ଚିକିତ୍ସା ସୁବିଧା ପାଇବା ପାଇଁ ଅନୁଗୁଳ ଜିଲ୍ଲା ବଅଁରପାଳ ସାମଲ କେୟାରକୁ ଗତ ନଭେମ୍ବର ୫ ତାରିଖ ଦିନ ଆସିଥିଲେ।ସେହି ୨୫ ଜଣ ରୋଗୀ ମାନଙ୍କ ମଧ୍ୟରୁ ୬ ତାରିଖ ଦିନ ୬୦ ବର୍ଷୀୟ ଅବଧୂତ ରଣା ନାମକ ଜଣେ ରୋଗୀ ଅପରାହ୍ନ ପ୍ରାୟ ୩.୩୦ ରେ ଉକ୍ତ ନର୍ସିଂ ହୋମ ରୁ ବାହାରକୁ ଆସି କେଉଁଆଡେ ନିଖୋଜ ହୋଇ ଯାଇଥିଲେ। ନିଖୋଜ ବୃଦ୍ଧଙ୍କ ପୁଅ ସାଗର ରଣା ବହୁ ଖୋଜା ଖୋଜି ପରେ ନର୍ସିଂ ହୋମରୁ ତାଙ୍କ ବାପା ନିଖୋଜ ଥିବା ନେଇ ଗତ ୮ ତାରିଖ ଦିନ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅବଧୂତ ରଣାଙ୍କ ନିଖୋଜ ହେବାର ପ୍ରାୟ ଏକ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ନିଖୋଜ ବୃଦ୍ଧଙ୍କ ସନ୍ଧାନ ପାଇବାରେ ବିଫଳ ହୋଇଛି। ନିଖୋଜ ସମୟରେ ଅବଧୂତ ରଣା ଏକ ଲୁଙ୍ଗି ଓ ନୀଳ ରଙ୍ଗର ଟି ସାର୍ଟ ପିନ୍ଧି ଥିଲେ।ତାଙ୍କର ଦେହର ରଙ୍ଗ ଶ୍ୟାମଳ ସହ ଡାହାଣ ହାତରୁ ଚାରି ଗୋଟି ଆଙ୍ଗୁଠି ନାହିଁ। କୌଣସି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଇଲେ ୯୯୩୮୩୦୪୦୭୧ ଓ ୭୦୭୭୦୫୩୪୯୫ ରେ ଜଣାଇବା ପାଇଁ ପୁଅ ସାଗର ରଣା ସାମ୍ବାଦିକଙ୍କ ମାଧ୍ୟମରେ ଜଣାଇଛନ୍ତି।
