ରେଜେଷ୍ଟ୍ରି ଅଫିସ ସମୁଖରୁ କାର କାଚ ଭାଙ୍ଗି ଟଙ୍କା ଲୁଟ କଲେ ଦୃବର୍ତ୍ତ
ଜନଗହଳି ପୂର୍ଣ୍ଣ ଭିଆଇପି ରାସ୍ତାରୁ କାର କାଚ ଭାଙ୍ଗି ଟଙ୍କା ଲୁଟ କଲେ ଲୁଟେରା। ଅନୁଗୋଳ ସବରେଜିଷ୍ଟ୍ରି ଅଫିସ ସମୁଖରୁ କାର କାଚ ଭାଙ୍ଗି ଟଙ୍କା ଲୁଟ ହୋଇଛି। ଜାଗା ରେଜିଷ୍ଟ୍ରି ପାଇଁ ୧ ଲକ୍ଷ ଟଙ୍କା ପଞ୍ଜାବ ନେସନାଲ ବ୍ୟାଙ୍କ ରୁ ଟଙ୍କା ଉଠାଇ କାର ଡ୍ୟାସ ବୋର୍ଡ ରେ ରଖିଥିଲେ ଟଙ୍କା। କାର କାଚ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା। ଜନଗହଳି ପୂର୍ଣ୍ଣ ରାସ୍ତାରୁ ଦିନଦ୍ବିପ୍ରହରରେ ଏକ କାର କାଚ ଭାଙ୍ଗି ଟଙ୍କା ଲୁଟ ହୋଇଛି। ଘଟଣା ସ୍ଥଳରେ ଟାଉନ ଥାନା ପହଞ୍ଚି ଛାନଭିନ ଚଳାଇଛି। ଅନୁଗୋଳ ଯୁକୁବୁ ଗାଁ ର ସତ୍ୟବ୍ରତ ସାହୁ ବ୍ୟାଙ୍କ ରୁ ଟଙ୍କା ଉଠାଇ କାର ଡ଼ିକି ରେ ରଖିଥିଲେ। ଲୁଟେରା କାର କାଚ ଭାଙ୍ଗି ଟଙ୍କା ଲୁଟ ଘଟଣା ଟି ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାସ୍ଥଳରୁ ୧୦୦ ରୁ ୨୦୦ ମିଟର ପରିଧାନ ମଧ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ଅବକାରୀ ବିଭାଗର କାର୍ଯ୍ୟାଳୟ, ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ଟାଉନ୍ ଥାନା, ପରି ଜନଗହଳି ପୂର୍ଣ୍ଣ ରାସ୍ତାରୁ ଟଙ୍କା ଲୁଟ ହେବା ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ।
