• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସୁଧ ଫେରସ୍ତ ନେଇ ଯୁବକକୁ ସହ ପରିବାର ଆକ୍ରମଣ

Bymamatanews

Dec 21, 2024
Spread the love

ଦୁଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଲା ବଅଁରପାଳ ପୋଲିସ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ତଳମୂଳ ଗ୍ରାମପଞ୍ଚାୟତ ର ଜଣେ ଯୁବକ କୁ ଘର ମଧ୍ୟ ରେ ବାନ୍ଧି ଆକ୍ରମଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବଅଁରପାଳ ପୋଲିସ।

ଆକ୍ରମଣ ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ବାବୁଲି ବେହେରାଙ୍କ ପୁଅ ରାହୁଲ ବେହେରା। ପୋଲିସ ର ସୂଚନା ମୁତାବକ ୧୯ ଡିସେମ୍ବର ରାତି ରେ ପୋଲିସ କଣ୍ଟ୍ରୋଲରୁ ବଅଁରପାଳ ଥାନା କୁ ସୂଚନା ଆସିଥିଲା କି ତଳମୂଳ ନଡ଼ିଆ ସାହିରେ ଜଣେ ଯୁବକକୁ ଆକ୍ରମଣକାରୀ ନିଜ୍ ଘର ମଧ୍ୟରେ ବାନ୍ଧି ମାରପିଟ କରୁଛନ୍ତି।

ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ସହ ଦଳବଳ ଗ୍ରାମରେ ପହଞ୍ଚି ଯୁବକକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଘର ମଧ୍ୟରେ ଆକ୍ରମଣକାରୀ ଙ୍କ ସହ ପରିବାର ଉପସ୍ଥିତ ରହି ଯୁବକକୁ ଆକ୍ରମଣ କରୁଥିବା ର ପୋଲିସ ଜାଣିପାରି ଶେଷରେ ଘର କବାଟ ଭାଙ୍ଗି ଯୁବକକୁ ଉଦ୍ଧାର କରିଥିଲେ।

ଏହି ଉଦ୍ଧାର କାର୍ଯ୍ୟ ସମୟରେ ପୋଲିସ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ସେ ମଧ୍ୟରୁ ପରିବାରର ସଲିଲ ସାହୁ ଓ ମଳୟ ସାହୁ କୁ ଗିରଫ କରିବାରେ ସଫଳ ହୋଇଥିଲେ। ପରିବାର ର ଅନ୍ୟ ମହିଳା ଓ ପୁରୁଷ ସଦସ୍ୟ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।

ପୋଲିସ ଉଦ୍ଧାର ଯୁବକକୁ ଚିକିସ୍ଥା କରାଇ ଜାଣିବାକୁ ପାଇଥିଲା କି ଯୁବକଙ୍କ ହାତ ଭାଙ୍ଗି ବା ସହ ଛାତି ରେ ଗୁରୁତ୍ତର ଭାବେ ଆଘାତ ପାଇଛି। ସଲିଳ ପରିବାର ଙ୍କ ଠାରୁ ରାହୁଲ ବେହେରା ପୂର୍ବରୁ କିଛି ଟଙ୍କା ୧୦ ପ୍ରତିଶତ ରେ ସୁଧ ନେଇଥିଲେ। ଏହି ସୁଦ୍ଧ ନଫେରିବା ନେଇ ଯୁବକକୁ ଆକ୍ରମଣ କରାଯାଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲଣ କରିବା ସହ ଅନ୍ୟ ଫେରାର୍ ଅଭିଯୁକ୍ତ କୁ ଗିରଫ ପାଇଁ ଛାନଭିନ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *