• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାଲକୋ ସ୍ମେଲଟର କାରଖାନାରେ ସଙ୍କଟ ଏବଂ ଦୁର୍ନୀତି କୁ ନେଇ ଆଲୁମିନିୟମ ମଜ଼ଦୂର ସଂଘର ଗଣଧାରଣା

Bymamatanews

Dec 23, 2024
Spread the love

ସିଭିଲ ବିଭାଗରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ସହ ଦୁର୍ନୀତିଖୋର ଅଧିକାରୀଙ୍କ ପାଇଁ ପ୍ଲାଣ୍ଟ ଆଜି ତଳଗତି ହୋଇଥିବା ଅଭିଯୋଗ

ଉତ୍କୃଷ୍ଟ ମାନର ସିପିକୋକ ଯୋଗାଣ, ସିଭିଲ ବିଭାଗରେ ମହାଦୁର୍ନୀତି, ଆଲୁମିନିୟମ ଫ୍ଲୋରାଇଡ ର ଚୋରି, ତୁରନ୍ତ କ୍ୱାର୍ଟର ଆବଣ୍ଟନ, ପୂର୍ଣ୍ଣମାତ୍ରାରେ ଆନୋଡ ଓ ଇକ୍ୟୁ ପଟ ର ଉତ୍ପାଦନ ସହିତ ବିଭିନ୍ନ ଦଫା ନେଇ ଆଲୁମିନିୟମ ମଜ଼ଦୂର ସଙ୍ଘ ତରଫରୁ ନାଲକୋ ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ I ଉତ୍କୃଷ୍ଟ ମାନର ସିପି କୋକ୍ ର ଆବଶ୍ୟକତା ପଡିଥାଏ ମେଟାଲ ଶୁଦ୍ଧତା କୁ ବଞ୍ଚାଇ ରଖିବା ପାଇଁ, ମେଟାଲ ଶୁଦ୍ଧତା ର ମାନେ 99.7 ପ୍ରତିଶତ ଶୁଦ୍ଧତା କୁ ଏକ୍ସପୋର୍ଟ କ୍ୱାଲିଟି ର ମେଟାଲ ର ମାନ୍ୟତା ପାଇଥାଏ I କିଛି ନ୍ୟସ୍ତସ୍ୱାର୍ଥ ନାଲକୋ ଅଧିକାରୀ ନିକୃଷ୍ଟ ମାନର କୋକ ଯୋଗାଣ କରିବାର ନିଷ୍ପତ୍ତି ଆଜି ଆଲୁମିନିୟମ ର ଶୁଦ୍ଧତା କୁ ନଷ୍ଟ କରିଦେଇଛି I ଗୁଣବତ୍ତା ଦୃଷ୍ଟିରୁ ଖାରଜ ହୋଇଯାଇଥିବା ଆଲୁମିନିୟମ ଫ୍ଲୋରାଇଡ କୁ ଉପଯୁକ୍ତ ଭାବେ ନିଷ୍କାସନ ନ କରିବା ଦ୍ୱାରା ଯୋଗାଣକାରୀ ସଂସ୍ଥା ସେହି ଆଲୁମିନିୟମ ଫୋରାଇଡ କୁ ବାହାରକୁ ନେଇ ଅନ୍ୟ ଏକ ଟ୍ରକରେ ଲୋଡ଼ କରି ପୁନଶ୍ଚ ପ୍ଲାଣ୍ଟ ଭିତରକୁ ପ୍ରବେଶ କରେଇବା ପଛରେ କିଛି ଦୁର୍ନୀତିଖୋର ଅଧିକାରୀ ମାନଙ୍କ ହାତ ଥିବା ଗନ୍ଧ ବାରି ହେଉଥିବା ଏ.ଏମ.ଏସ ପକ୍ଷରୁ କୁହାଯାଇଛି I ସିଭିଲ ବିଭାଗରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ହେଇଥିବାର ନଜରକୁ ଆସିଛି I ଏହି ସବୁ ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ ଏବଂ ସିବିଆଇ ତଦନ୍ତ କରିବା ପାଇଁ ଆଲୁମିନିୟମ ମଜ଼ଦୂର ସଙ୍ଘ ର ସଭାପତି ଶ୍ରୀ ମୁନା ସାମଲ ଦାବି କରିଛନ୍ତି ଓ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ବିନୋଦ କୁମାର ସାମଲ ନାଲକୋ ପ୍ରଶାସନର ଅପାରଗତା ଏବଂ କୁପରିଚାଳନା କୁ ଦୃଢ଼ ନିନ୍ଦା କରିବା ସହ ତୀବ୍ର ଭର୍ତ୍ସନା କରିଥିଲେ I

Leave a Reply

Your email address will not be published. Required fields are marked *