• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଚୋରା ୧୬ ଚକିଆ ହାଇୱା ଟ୍ରକ ଉଦ୍ଧାର କଲା ଅନୁଗୋଳ ପୋଲିସ

Bymamatanews

Dec 26, 2024
Spread the love

ଚୋରା ୧୬ ଚକିଆ ହାଇୱା ଟ୍ରକ ଉଦ୍ଧାର କଲା ଅନୁଗୋଳ ପୋଲିସ

ଅନୁଗୋଳ ରୁ ଚୋରି କରି ରାଇଜ ବୁଲାଇ ଶେଷରେ ଅନୁଗୋଳ ରେ ପଡିଲେ ଧରା

ବାହାର ରାଜ୍ୟରୁ ଆସି କଳ କାରଖାନାରେ କାମ କରି ବିଭିନ୍ନ ପ୍ରକାର ଲୁଟରେ ଲିପ୍ତ ରହୁଛନ୍ତି ଅଭିଯୁକ୍ତ

ଅନୁଗୋଳ ଟାଉନ ଥାନା ନିକଟସ୍ଥ ହେମସୁରପଡା ଛକ ଠାରୁ ଚୋରି ହୋଇଥିବା ଏକ ୧୬ ଚକିଆ ହାଇୱାକୁ ଉଦ୍ଧାର କରିଛି ପୋଲିସ। ଏଥିସହ ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ତା’ ନିକଟରୁ ଏକ କାର ଓ ଦୁଇଟି ମୋବାଇଲ ଜବତ ହୋଇଛି ବୋଲି ଅନୁଗୋଳ SDPO ରମାକାନ୍ତ ମହାଳିକ କହିଛନ୍ତି ।
ସୂଚନା ଯେ, ଗତ ୧୭ ତାରିଖ ବିଳମ୍ବିତ ରାତିରେ ଅନୁଗୋଳ ହେମସରପଡା ଛକ ନିକଟରୁ ସୁନୀଲ ଅଗ୍ରୱାଲଙ୍କ ହାଇୱା (OD 19W/2977) ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ଅଧିକାରୀ ଧିରେସ କୁମାର ଦାସ ଙ୍କ ନେତୃତ୍ଵରେ ୩ଟି ତଦନ୍ତକାରୀ ଟିମ ସାଇବର ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ତଦନ୍ତ ଆରମ୍ଭ କରିଥିଲେ। ଅନୁଗୋଳ ରୁ ହାଇୱା ଚୋରି କରି ସମ୍ବଲପୁର ଆଡକୁ ଯାଉଥିବା ବେଳେ ୫୫ନମ୍ବର ଜାତୀୟ ରଜପଥ କଞ୍ଜରା ନିକଟରେ ଦୁର୍ବୃତ୍ତମାନେ ସେଥିରୁ ଜିପିଆରଏସ କାଢି ଫିଙ୍ଗି ଦେଇଥିଲେ। ପରେ ରାୟପୁର ନେଇ ପୁଣି ଅନୁଗୋଳ ଫେରିଥିଲେ। ଚୋରି ହାଇୱା ପଛେ ପଛେ ଏକ ମାରୁତି ଡିଜାୟାର କାର (HR 38AV5643) ରେ ଦୁର୍ବୃତ୍ତମାନେ ଯାଉଥିଲେ। ବରଗଡ଼ ଜିଲ୍ଲା ସୋହେଲା ନିକଟରେ ପୋଲିସ କାରକୁ ଧରିଥିଲା। ୩ ଜଣ ଦୁର୍ବୃତ୍ତ ଖସିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ମୋହିନୀ ଖାନ ପୋଲିସ ହାତରେ ଧରାପଡିଥିଲା। ସେ ଜିନ୍ଦଲ ମେଟେରିଆଲ ରୋଡ଼ ନିକଟରେ ଟ୍ରକ ଲୁଚାଇଥିବା କହିଥିଲା।
ପ୍ରକାଶ ଯେ, ଅଭିଯୁକ୍ତ ମୋହିନୀ ଖାନ ହରିୟାଣାର ହୋଇଥିବା ବେଳେ ୨/୪ମାସ ହେଲାଣି ଜିନ୍ଦଲ ପ୍ଲାଣ୍ଟରେ ନିଜର ୩/୪ଟି ଟ୍ରକ ଲଗାଇଛି। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *