୧୪ ବର୍ଷ ହେବ ବୈଠକ ପରେ ବୈଠକ ବସୁଛି କିନ୍ତୁ କତୃପକ୍ଷଙ୍କ ବଚନ ପାଣିରେ ଗାର ସଦୃଶ୍ୟ ପାଲାଟି ଚାଲିଛି
୧୯୮ ପ୍ରଜାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ
କର୍ମଚାରୀ ନିଯୁକ୍ତି ପାଇଁ ନୋଟିସ ଲାଗୁଚି ଜମିବାଡି ହରାଇ ବସିଥିବା ପ୍ରଜାଙ୍କୁ ଅଣଦେଖା କରୁଛି ନାଲକୋ
ଅନୁଗୋଳ ଜିଲ୍ଲା ରେ ଗଢି ଉଠିଥିବା ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ପ୍ରସାଶନିକ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି କ୍ଷତିଗ୍ରସ୍ତ ପ୍ରଜା। କ୍ଷତିଗ୍ରସ୍ତ ପ୍ରଜାଙ୍କ ସୂଚନା ମୁତାବକ ନାଲକୋ ନିଜ କର୍ମଚାରୀ ନିଯୁକ୍ତି ପାଇଁ ନୋଟିସ ଜାରି କରିଛନ୍ତି। କିନ୍ତୁ ଆଜି ଯେଉଁ ନିଯୁକ୍ତି ବାହାରିଚି ତାହାପାଇଁ କଣ ଯୋଗ୍ୟତା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଜା। ଆଜିକୁ ପ୍ରାୟ ୧୪ ବର୍ଷ ହେବ ନିଯୁକ୍ତିକୁ ନେଇ ସାଂସଦ ଙ୍କ ସମେତ ନାଲକୋ କତୃପକ୍ଷ ଓ ପ୍ରଜା ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନାଲକୋ ପ୍ରଶାସନର ଅଧିକାରୀ ମାନେ ଲିଖିତ ପ୍ରତିଶୃତି ମଧ୍ୟ ଦେଇଛନ୍ତି କ୍ଷତିଗ୍ରସ୍ତ ପ୍ରଜା ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସବୁବେଳେ ଅଗ୍ରାଧିକାର ଦିଆଯିବ। ନାଲକୋ ଦ୍ଵାରା ଜାରି ହୋଇଥିବା ସାଧାରଣ ନିଯୁକ୍ତି ବିଜ୍ଞାପନ ଚିଠି ନଂ:୧୨୨୪୦୨୧୪ କୌଣସି ଅଗ୍ରାଧିକାର ଦିଆଯାଇନାହିଁ। ଏହି ନିଯୁକ୍ତି ପ୍ରକ୍ରିୟା କୁ ତୁରନ୍ତ ସ୍ଥଗିତ କରି ସ୍ପୋନ୍ସୋରଡ ଏଲ.ଏ.ପି./ଆଇ.ଟି.ଆଇ. ୧୯୮ ଜଣ କ୍ଷତିଗ୍ରସ୍ଥ ପ୍ରଜାସଙ୍ଘର ଅବଶିଷ୍ଟ ସଦସ୍ୟ ମାନଙ୍କୁ ବୟସ ସୀମା କୋହଳ ସହିତ ଅଭିଜ୍ଞତା ଭିତ୍ତିରେ ସାଧାରଣ ନିଯୁକ୍ତି ପ୍ରକ୍ରିୟାରେ ଦେବା ଉଦ୍ଦେଶ୍ୟରେ ବ୍ୟବସ୍ଥା କରିବା ପାଇଁ ନାଲକୋ ପ୍ରସାଶନିକ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଜାଣଇ ଦାବିପତ୍ର ପ୍ରଦାନ କରିଛନ୍ତି।
